ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରସରକାର ଧୂପକାଠି ଓ ଏହାସହ ଜଡ଼ିତ ଅନ୍ୟ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି। ଏହାର ପ୍ରମୁଖ କାରଣ ହେଉଛି ଚୀନ ଓ ଭିଏତନାମା ଭଳି ଦେଶ ସହ ଆମଦାନୀ ବଢ଼ାଇବା। ବର୍ତ୍ତମାନ ଏହି ଉତ୍ପାଦକୁ ଆମଦାନୀ କରୁଥିବା ବ୍ୟକ୍ତିଙ୍କୁ ଆମଦାନୀ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଲାଇସେନ୍ସ ନେବାକୁ ହେବ।

ଏଣିକି ଧୂପକାଠିକୁ ମୁକ୍ତ ବର୍ଗରୁ ବାହାର କରି କଟକଣା ବର୍ଗରେ ସାମିଲ କରିଛନ୍ତି ସରକାର। ଏନେଇ ଅଗଷ୍ଟ ୩୧ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଭାରତ ଏସିଆନ୍‌ ମୁକ୍ତ ବାଣିଜ୍ୟ ଅଧିନରେ ୨୦୧୧ ମସିହାରୁ କଞ୍ଚାମାଲ ଆମଦାନୀ ଉପରେ ବିପୁଳ ରିହାତି ପ୍ରଦାନ କରାଯାଉଥିଲା।

ଧୂପକାଠିର ଆମଦାନୀ ୨୦୧୭-୧୮ରେ ୭୫କୋଟି ୧ଲକ୍ଷ ଡଲାର ରହିଥିଲା। ଯାହାକି ୨୦୧୮-୧୯ରେ ବଢ଼ିକି ୧.୨୩ କୋଟି ଡଲାର ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଏହାର ଆମଦାନୀ ୧.୧୭ କୋଟି ଡଲାର ରହିଛି।

Comment