ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ରୋଗୀଙ୍କ ପରିବାର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଏଣିକି କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ହାତ ଉଠାଇଲେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବହୁ ମୂଲ୍ୟ ଦେବାକୁ ହେବ। ଡାକ୍ତରଙ୍କ ଉପରେ ଆକ୍ରମଣ କଲେ ୧୦ ବର୍ଷ ଜେଲ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବା ସମ୍ପର୍କିତ ଏକ ବିଲ ଆସୁଛି।

କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ବିଲ୍‌ ଆଣିବାକୁ ଯାଉଛନ୍ତି। ଏହି ବିଲ୍‌ ମୁତାବକ, ଡାକ୍ତରଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହେବା ସହ ୨ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡିବ।

Comment