ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଜିମ୍ମି ସେରଗିଲଙ୍କ ଆଗାମୀ ଫିଲ୍ମ “ପ ସେ ପ୍ୟାର ଫ ସେ ଫେରାର”ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଛି। ସମାଜରେ ଚାଲିଥିବା ଜାତି, ଧର୍ମକୁ ନେଇ ଯେଉଁ ଭେଦଭାବ ଏବଂ କିଛି ଲୋମଟାଙ୍କୁରା କାହାଣୀକୁ ନେଇ ଏହି ଫିଲ୍ମକୁ ନିର୍ମାଣ କରାଯାଇଛି।

ଏହି ଫିଲ୍ମରେ ସଞ୍ଜୟ ମିଶ୍ରା, କୁମୁଦ ମିଶ୍ରା, ଗିରିଶ କୁଲକର୍ଣ୍ଣୀ ପ୍ରମୁଖଙ୍କୁ ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ନବାଗତ ଭବେଶ କୁମାର। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନୋଜ ତିଓ୍ବାରୀ।

ଆସନ୍ତା ଅକ୍ଟୋବର ୧୮ରେ ବଡ଼ ପରଦାରେ ରିଲିଜ ହେବ “ପ ସେ ପ୍ୟାର ଫ ସେ ଫେରାର” ଫିଲ୍ମ। ‘ଜି ମ୍ୟୁଜିକ୍‌’ ପକ୍ଷରୁ ଗତକାଲି ୟୁଟ୍ୟୁବ୍‌ରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।

Comment