ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ସମୟ ପରେ ଇତିହାସ ରଚିବ ଭାରତ। ରାତି ୧ଟା ୫୫ ମିନିଟରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ। ଏହି ଐତିହାସିକ ମୁହୂର୍ତ୍ତକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ଲ୍ୟାଣ୍ଡ କରିବାରେ ଭାରତ ହେଉଛି ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ ଏବଯ ୠଷ୍‌ ସଫଳତା ପାଇଛନ୍ତି। କେବଳ ଫରକ ହେଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବ। ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବାରେ ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ।

ଇସ୍ରୋ ବୈଜ୍ଞାନିକମାନେ ଦିନ ରାତି ଏକ କରି ଏହି ମିଶନକୁ ସଫଳ କରିବା ପାଇଁ ପ୍ରୟାସ କରିଥିଲେ। ଏହା ଏବେ ସଫଳ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ଦେଖିବା ପାଇଁ ଇସ୍ରୋରେ ପହଞ୍ଚିଛନ୍ତି।

ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ। ଚନ୍ଦ୍ରଯାନ-୨ର ୪୮ ଦିନର ଯାତ୍ରା ପରେ ଭାରତ ଏହି ସଫଳତା ହାସଲ କରିବାକୁ ଯାଉଛି।

ଲ୍ୟାଣ୍ଡିଂ କରିବା ପରେ ଲ୍ୟାଣ୍ଡର ବିକ୍ରମରୁ ଅଲଗା ହୋଇଯିବ ରୋଭର ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ୫୦୦ ମିଟର ବୁଲି ସୌର ଶକ୍ତି ସଂଗ୍ରହ କରିବ ପ୍ରଜ୍ଞାନ।

Comment