ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟିଭିର ରିଆଲିଟି ସୋ ‘ବିଗ୍‌ ବସ’ରୁ ଆସି ଏବେ ବଲିଉଡରେ ରାଜ କରୁଛନ୍ତି ଅଭିନେତ୍ରୀ ନୋରା ଫତେହି। ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ସେ ଦର୍ଶକଙ୍କୁ ଦିଓ୍ୱାନା କରିଛନ୍ତି। ଫିଲ୍ମ ‘ସତ୍ୟମେବ ଜୟତେ’ରେ ‘ଦିଲବର’, ‘ବାଟଲା ହାଉସ’ର ‘ସକି ସକି’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କୁ ଝୁମାଇ ଦେଇଥିଲେ।

ଏବେ ସୋସିଆଲ ମିଡିଆରେ ନୋରାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ନୂଆ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ନୋରାଙ୍କର ବାର୍ବି ଲୁକ୍‌ ଦେଖିବାକୁ ମିଳିଛି। ୟୁଜର ମଧ୍ୟ ନୋରାଙ୍କ ଏହି ଫଟୋକୁ ଖୁବ୍‌ ପସନ୍ଦ କରୁଛନ୍ତି।

ନିକଟରେ  ଅଭିନେତା ବିକି କୌଶଲଙ୍କ ସହିତ ନୋରାଙ୍କ ‘ପଚତାଓଗେ’ ଗୀତ ରିଲିଜ ହୋଇଥିଲା। ୟୁଟ୍ୟୁବରେ ୟୁଜର ଏହି ଗୀତକୁ ପସନ୍ଦ କରିଥିଲେ। ଆଗାମୀ ଦିନରେ ଅଭିନେତା ବରୁଣ ଧଓ୍ୱନ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସରରେ ନୋରାଙ୍କୁ ଦେଖିବାକୁ ମିଳିବ।

Comment