ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଲ୍ମ ଫ୍ରାଇଡେ’ରେ ରିଲିଜ ହୋଇଥିବା ‘ଛିଛୋରେ’ ପ୍ରଥମ ଦିନରେ ଭଲ ବ୍ୟବସାୟ କରିଛି। ବଲିଉଡ ଚୁଲବୁଲି ଶ୍ରଦ୍ଧା କପୁର ଏବଂ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ‘ଛିଛୋରେ’ ରିଲିଜର ପ୍ରଥମ ଦିନରେ ୭ କୋଟି ୩୨ ଲକ୍ଷ ଟଙ୍କା ଆୟ କରିଛି। ଏନେଇ ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟରରେ ସୂଚନା ଦେଇଛନ୍ତି।

ଏହାବ୍ୟତୀତ ୱାର୍ଡ ଅଫ୍‌ ମାଉଥ୍‌ କାରଣରୁ ଫିଲ୍ମ ‘ଛିଛୋରେ’ ଶନିବାର ଓ ରବିବାର ଦିନ ଭଲ ବ୍ୟବସାୟ କରିବ ବୋଲି କୁହାଯାଉଛି।

ତରଣ ଆଦର୍ଶ ଆହୁରି ମଧ୍ୟ କହିଛନ୍ତି ଯେ, ଫିଲ୍ମ ‘ଏମ୍‌ଏସ୍‌ ଧୋନି’ ପରେ ‘ଛିଛୋରେ’ ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ଦ୍ୱିତୀୟ ବଡ଼ ବ୍ୟବସାୟ କରିଥିବା ଫିଲ୍ମ। ‘ଏମ୍‌ଏସ୍‌ ଧୋନି’ ଫିଲ୍ମ ରିଲିଜର ପ୍ରଥମ ଦିନରେ ୨୧ କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।

Comment