ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଟ୍ରାଫିକ୍‌ ପୋଲିସ ବା ଅନ୍ୟ ପୋଲିସ୍ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ପୋଲିସ୍‌ କର୍ମଚାରୀ ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ। ପିସିଆର ଭ୍ୟାନ୍‌ରେ ଉଭୟ ଡ୍ରାଇଭର୍‌ ଏବଂ ସାଇଟ୍‌ରେ ବସିଥିବା କର୍ମଚାରୀ ବି ସିଟ୍‌ ବେଲ୍ଟ ପିନ୍ଧିବାକୁ ବାଧ୍ୟ।

ଯଦି ଏହି ନିୟମ ଉଲ୍ଲଂଘନ କରାଯାଏ, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ପୋଲିସ୍‌ କମର୍ଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ସେପ୍ଟେମ୍ବର ୧ରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହେବା ପରେ ଏବେ ସାଧାରଣ ନାଗରିକ ହନ୍ତସନ୍ତ। କିଏ ହେଲେମେଟ୍‌ ପାଇଁ ତ କିଏ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ ପାଇଁ ମୋଟା ଅଙ୍କର ଜରିମାନା ଦେଉଛି। ନୂଆ ଟ୍ରାଫିକ୍‌ ନିୟମର ପ୍ରଭାବରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ କେତେକ ସ୍ଥାନରେ ପୋଲିସ୍‌ ଅଫିସରମାନେ ଏହି ନିୟମକୁ ମାନୁ ନଥିବା ଦେଖାଯାଉଛି। ଏହି ନିୟମର ଖିଲାପ କରୁଥିବା ପୋଲିସ କର୍ମଚାରୀଙ୍କ ବିରୋଦରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୋଲିସ କମିରନର ନିର୍ଦ୍ଦେଶ ଦେଇଛନ୍ତି।

Comment