ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ‘ତେରେ ନାମ’କୁ ରିଲିଜ ହେବାର ୧୫ ବର୍ଷରୁ ଅଧିକ ବର୍ଷ ହୋଇ ଗଲାଣି। ସାଧାରଣତଃ ସବୁ ଫିଲ୍ମରେ ଦର୍ଶକ ହାପି ଏଣ୍ଡିଙ୍ଗ ହିଁ ପସନ୍ଦ କରିଥାନ୍ତି। ହେଲେ ଏହି ଫିଲ୍ମର ଦର୍ଶକଙ୍କୁ କନ୍ଦେଇ ଥିଲା।

ଫିଲ୍ମରେ ସଲମାନଙ୍କ ହେୟାର ଷ୍ଟାଇଲକୁ ବି ବେଶ୍ ଲୋକପ୍ରିୟ ହୋଇଥିଲା ଫିଲ୍ମ ନିର୍ଦ୍ଦେଶକ ସତୀଶ କୌଶିକ ଏବେ ‘ତେରେ ନାମ’ର ରିମେକ ନିର୍ମାଣ କରିବାକୁ ଯାଉଛନ୍ତି। ମାତ୍ର ଏଥର ଫିଲ୍ମର ଟାଇଟଲରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ଫିଲ୍ମର ଟାଇଟଲ ‘ରାଧେ’ ରଖାଯିବ।

ରିପୋର୍ଟ ଅନୁସାରେ ସେ ଏବେ ଏଥିଲାଗି ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ସଂପର୍କରେ ସତୀଶ କହିଛନ୍ତି।

ଯଦି ଏହି ଫିଲ୍ମର ରିମେକ ଆସେ ତେବେ ପୁଣିଥରେ ରାଧେ ଭୂମିକାରେ ସଲାମାନଙ୍କୁ ଦେଖାଯାଇ ପାରେ ବୋଲି ଅନୁମାନ କରାଯାଉଛି। ସଲମାନ ଏବେ ‘ଦବଙ୍ଗ’ ୩ରେ ବ୍ୟସ୍ତ ଅଛନ୍ତି।  ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ଏବେ ଜାରି ରହିଛି। ଡିସେମ୍ବର ୨୦ରେ ଫିଲ୍ମ ରିଲିଜ ହେବା

Comment