ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯-୨୦ ଶିକ୍ଷା ବର୍ଷ ପାଇଁ ଡିରେକ୍ଟରେଟ ଅଫ ନର୍ସିଂ ତରଫରୁ ବିଭିନ୍ନ କୋର୍ସରେ ଆଡମିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଚୁକ ପ୍ରାର୍ଥୀ ଏଏନଏମ, ଜିଏନଏମ ଓ ବେସିକ ସାଇନ୍ସ କୋର୍ସ ପାଇଁ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ସମୟ ସୀମା ୧୦.୦୯.୨୦୧୯ ରୁ ୨୫.୦୯.୨୦୧୯ ପର୍ଯ୍ୟନ୍ତ ରହିଛି।

ଅନଲାଇନ ଆପ୍ଲିକେସନ ସହ ଫିସ ମଧ୍ୟ ଭରିବାକୁ ହେବ। ଏଏନଏମ ପାଇଁ ୩୦୦ ଟଙ୍କା, ଜିଏନଏମ ପାଇଁ ୫୦୦ ଓ ବେସିକ ସାଇନ୍ସ ପାଇଁ ୫୦୦ଟଙ୍କା ଫିସ୍‌ ରହିଛି। ଫିସ୍‌କୁ ନେଟ ବ୍ୟାଙ୍କିଙ୍ଗ, କାର୍ଡ ପେମେଣ୍ଟ ଅଥବା ଅନ୍ୟ ପେମେଣ୍ଟ ମୋଡରେ ପଠାଇ ପାରିବେ। ଅଧିକ ଜାଣିବା ପାଇଁ ଓ୍ଵେବସାଇଟ http://dohoodisha.nic.in କୁ ଯାଇ ପାରିବେ।

ନାମଲେଖା ପ୍ରକ୍ରିୟା

ଓ୍ଵେବସାଇଟରେ ଫର୍ମ ଉପଲବ୍ଧ ହେବାର ତାରିଖ – ବେସିକ ସାଇନ୍ସ(୧୦.୦୯.୨୦୧୯), ଜିଏନଏମ(୧୦.୦୯.୨୦୧୯), ଏଏନଏମ(୧୦.୦୯.୨୦୧୯)

ଅନଲାଇନ ଫର୍ମ ଓ ଫିସ୍‌ ଆବେଦନ କରିବାର ତାରିଖ – ବେସିକ ସାଇନ୍ସ(୧୦.୦୯.୨୦୧୯), ଜିଏନଏମ(୧୦.୦୯.୨୦୧୯), ଏଏନଏମ(୧୦.୦୯.୨୦୧୯)

ଆବେଦନ କରିବାର ଶେଷ ତାରିଖ – ବେସିକ ସାଇନ୍ସ(୨୬.୦୯.୨୦୧୯ ତାରିଖ ୧୧ଟା ୪୫ ମିନିଟ), ଜିଏନଏମ(୨୬.୦୯.୨୦୧୯ ତାରିଖ ୧୧ଟା ୪୫ ମିନିଟ), ଏଏନଏମ(୨୬.୦୯.୨୦୧୯ ତାରିଖ ୧୧ଟା ୪୫ ମିନିଟ)

Comment