ଓଡ଼ିଶାଲାଇଭ ବ୍ୟୁରୋ
୫୨ ବର୍ଷରେ ପାଦ ଥାପିଛନ୍ତି ବଲିଉଡର ଖିଲାଡି ଅକ୍ଷୟ କୁମାର। ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ୯ ସେପ୍ଟେମ୍ଵର ୧୯୬୭ ମସିହା ଆଜିର ଦିନରେ ଅକ୍ଷୟ କୁମାର ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନରେ ସାରା ବଲିଉଡ ଜଗତ ତାଙ୍କୁ ଶୁଭେଚ୍ଛା ଜଣାଇଛି।
୧୯୯୧ ମସିହାରେ ସୌଗନ୍ଧ ଚଳଚିତ୍ର ମାଧ୍ୟମରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ। ବଲିଉଡରେ ତାଙ୍କର ଅନେକ ହିଟ ଫିଲ୍ମ ରହିଛି। ମୋହରା, ତୁ ଖିଲାଡି ମେ ଅନାଡି, ଫିର ହେରା ଫେରି, ତୁ ଚୋର ମେଁ ସିପାହୀ, ସପୁତ, ମୁଝସେ ସାଦି କରୋଗି, ଖାକି, କେଶରୀ, ଟଏଲେଟ, ପ୍ୟାଡମ୍ୟାନ, ହାଉସଫୁଲ ୩, ରୁସ୍ତମ, ମିଶନ ମଙ୍ଗଲ ଆଦି ଅନେକ ଛଳଚିତ୍ରରେ ସେ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି।
କେବଳ ଆକ୍ସନ ନୁହେଁ କମେଡି, ସାମାଜିକ ବାର୍ତ୍ତା ଫିଲ୍ମ, ରୋମାନ୍ସ ଫିଲ୍ମ ମଧ୍ୟ କରିଛନ୍ତି। ଜଣେ ଓ୍ଵେଟରରୁ ବଲିଉଡ ସୁପରଷ୍ଟାର ଭାବେ ତାଙ୍କର ଜୀବନ ଥିଲା ଖୁବ ସଂଘର୍ଷମୟ। ତାଙ୍କର ମନୋବଳ ଓ କଠିନ ପରିଶ୍ରମ ତାଙ୍କ ଆଜି ଏ ସ୍ଥାନର ପରିଚୟ ଦେଇଛି।
Harking back to fun times. Wishing you lots of happiness @akshaykumar #HappyBirthday pic.twitter.com/IsgpZxLtuY
— Ajay Devgn (@ajaydevgn) September 9, 2019
ତେବେ ଆଜି ବଲିଉଡର ଏହି ସୁପର ଷ୍ଟାରଙ୍କ ଜନ୍ମଦିନରେ ତାଙ୍କୁ ଅନେକ ବଲିଉଡ ଷ୍ଟାର ଶୁଭେଚ୍ଛା ଜଣାଇଛନ୍ତି। ଅଜୟ ଦେବଗନ ଟୁଇଟରରେ ଅକ୍ଷୟ କୁମାରଙ୍କ ସହ ଏକ ପୁରୁଣା ଫଟୋ ଶେୟାର କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।