ଓଡ଼ିଶାଲାଇଭ୍ ବ୍ୟୁରୋ

ଲ୍ୟାଣ୍ଡର ବିକ୍ରମକୁ ନେଇ ଇସ୍ରୋ ନିରାଶ ହୋଇନି। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ପୁଣିଥରେ ସକ୍ରିୟ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳିବା ପରେ ଇସ୍ରୋର ଆଶା ବଢ଼ି ଯାଇଛି।

ଲ୍ୟାଣ୍ଡର ବିକ୍ରମ ସହିତ ଯଦି ଯୋଗାଯୋଗ ସମ୍ଭବ ହୋଇଯାଏ ତାହାଲେ ସେ ପୁଣି ନିଜ ଗୋଡ଼ରେ ଛିଡ଼ା ହୋଇପାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ଲ୍ୟାଣ୍ଡର ବିକ୍ରମରେ ରହିଛି ଅନବୋର୍ଡ କମ୍ପ୍ୟୁଟର। ସେ ନିଜେ ବି କି କାମ କରିପାରିବାର ସାମର୍ଥ୍ୟ ରଖିଛି। କିନ୍ତୁ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଖସିପଡ଼ିବା ଫଳରେ ଏହାର ଆଣ୍ଟିନା ଦବି ଯାଇଛି।

ଏହି ଆଣ୍ଟିନା ସାହାଯ୍ୟରେ ଇସ୍ରୋ ସେଣ୍ଟରରୁ ଲ୍ୟାଣ୍ଡର ବିକ୍ରମକୁ ନିର୍ଦ୍ଦେଶ ଦିଆଯାଉଥିଲା। ଏବେ ଇସ୍ରୋ ବୈଜ୍ଞାନିକମାନେ ଏହି ଆଣ୍ଟିନାକୁ ସୁଦୃଢ଼ କରିବା ପାଇଁ ପ୍ରାୟସ ଜାରି ରଖିଛନ୍ତି। ଏହି ଆଣ୍ଟିନା ବଳରେ ଲ୍ୟାଣ୍ଡର ବିକ୍ରମକୁ ପୁଣି ଥରେ ସଜାଗ କରିବାକୁ ଉଦ୍ୟମ କରୁଛି ଇସ୍ରୋ।

ଇସ୍ରୋ ମୁଖ୍ୟ କେ ଶିବନ ରବିବାର ଦିନ କହିଥିଲେ ଯେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସ୍ଥାପନ କରିବାକୁ ଉଦ୍ୟମ ଜାରି ରହିଛି। ଏଣୁ ଲ୍ୟାଣ୍ଡର ବିକ୍ରମ ସହିତ ଖୁବ୍‌ଶୀଘ୍ର ଯୋଗାଯୋଗ ହେବ ବୋଲି ଆଶା ରହିଛି। ବିକ୍ରମ ସହ ଯୋଗଯୋଗ କରିବାକୁ ଆଉ ମାତ୍ର୧୧ ଦିନ ବାକି ରହିଛି।

Comment