ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଇମ୍ରାନ ସରକାରଙ୍କ ଚିନ୍ତା, ପିଓକେରେ ବଢ଼ିଲା ଅଶାନ୍ତି

ଭାରତ ଅଧିକୃତ କଶ୍ମୀରକୁ ନେଇ ଇମ୍ରାନ ସରକାର ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ପରେ ଗୋଟିଏ ଚାଲ୍‌ ଖେଳୁଥିବା ବେଳେ ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଅଶାନ୍ତି ଦେଖାଦେଇଛି। ‘ପାକ୍ ସେନା ତୁମେ ପିଓକେ’ ଛାଡ଼ ସ୍ଲୋଗାନ ଏବେ ଇମ୍ରାନ ସରକାରଙ୍କ ଚିନ୍ତା ବଢ଼ାଇଛି।

ମାଟିରେ ମିଶିଲା ବଡ଼ ଆଖଡ଼ା ମଠ

୬ ଦିନ ପରେ ମଠ ଉପରେ ଚାଲିଲା ପ୍ରଶାସନର ବୁଲ୍‌ଡୋଜର୍‌। ମାଟିରେ ମିଶିଲା ବଡ଼ ଆଖଡ଼ା ମଠ। ଠାକୁର ଘର ଏବଂ ମହନ୍ତଙ୍କ ଗାଦିକୁ ଛାଡ଼ି ମଠର ଆଉ ସବୁ କୋଠାକୁ ମାଟିରେ ମିଶାଇ ଦେଇଛି ବୁଲ୍‌ଡୋଜର। ରବିବାର ଦିନ ବଡ଼ ଆଖଡ଼ା ମଠ ଉଚ୍ଛେଦ ଆରମ୍ଭ କରିଥିଲା ପ୍ରଶାସନ। ଏହି ମଠ ସଂଲଗ୍ନ ୧୮ଟି ଦୋକାନ ଘରକୁ ପ୍ରଥମେ ଉଚ୍ଛେଦ କରିଥିଲା ପ୍ରଶାସନ। ଆଜି ମଠର ଅନ୍ୟ କୋଠାରେ ଚାଲିଥିଲା ବୁଲ୍‌ଡୋଜର। ପ୍ରାୟ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ମଠର ଅନ୍ତେବାସୀଙ୍କୁ ଭକ୍ତନିବାସକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ।

ଅଦିନିଆ ରଥଯାତ୍ରା ପାଳନରୁ ଓହରିଲା ‘ଇସ୍କନ’

ଅଦିନିଆ ରଥଯାତ୍ରା ପାଳନ ନିଷ୍ପତ୍ତିରୁ ଓହିରଲେ ଇସ୍କନ ମନ୍ଦିର କର୍ତ୍ତୃପକ୍ଷ। ଏଣିକି ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିବ ନାହିଁ। ପୁରୀ ରଥଯାତ୍ରା ତିଥିରେ ହିଁ ଇସ୍କନ ରଥଯାତ୍ରା ଆୟୋଜନ କରିବ। ଏନେଇ ଇସ୍କନ ଲୁଧିଆନା ଶାଖା ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ଅଟୋମୋବାଇଲ ଶିଳ୍ପ ଉପରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ – କମିଲା ଗାଡ଼ି ବିକ୍ରି

ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ତେବେ ଏହା ଦେଶର ଅଟୋମୋବାଇଲ ଶିଳ୍ପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି କାରଣରୁ ଚଳିତ ବର୍ଷ ଯାନବାହନ ବିକ୍ରି କମିଥିବା ସୂଚନା ମିଳିଛି।

ସ୍ମାର୍ଟସିଟି ଭୁବନେଶ୍ୱରରେ କମେଣ୍ଟ ମାରି ଛେଚା ଖାଇଲେ ରୋଡ୍ ରୋମିଓ

ସ୍ମାର୍ଟସିଟି ଭୁବନେଶ୍ୱରରେ ଅଭାବନୀୟ ଚିତ୍ର। ଝିଅକୁ କମେଣ୍ଟ ମାରି ଛେଚା ଖାଇଲା ରୋଡ୍‌ ରୋମିଓ। ପରିସ୍ଥିତି ଅଣାୟତ୍ତ ହେବା ପରେ ଲୋକେ ଘେରିଗଲେ ଏବଂ ରୋଡ୍‌ ରୋମିଓକୁ ପୋଲିସ ଜିମା ଦେଲେ। ଏହା ହେଉଛି ଭୁବନେଶ୍ୱର ଜଗନ୍ନାଥନଗରର ଚିତ୍ର।

ଲ୍ୟାଣ୍ଡର ବିକ୍ରମକୁ ନେଇ ମଜାଳିଆ ଟୁଇଟ କଲା ନାଗପୁର ପୋଲିସ

ବର୍ତ୍ତମାନ ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ସମସ୍ତଙ୍କ ମନରେ କୋକୁଆ ଭୟ ରହିଛି। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଏବେ ମୋଟାଙ୍କର ଚାଲାଣ କଟାଯାଉଛି ପୋଲିସ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏହାସହ ଆଉ ଏକ ବିଷୟରେ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ତାହା ହେଉଛି ଲ୍ୟାଣ୍ଡର ବିକ୍ରମ। ତେବେ ଏହି ଦୁଇଟି ଚର୍ଚ୍ଚିତ ବିଷୟକୁ ନେଇ ନାଗପୁର ପୋଲିସ ଏକ ମଜାଦାର ଟୁଇଟ କରିଛି।

ଏଲ୍ଓସିରେ ସଫା ହେଲେ ୫ ଆତଙ୍କବାଦୀ, ଭିଡିଓ ଜାରି କଲା ଭାରତୀୟ ସେନା

ଜମ୍ମୁ କଶ୍ମୀରର କେରନ ସେକ୍ଟରରେ ଭାରତୀୟ ସେନା ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଦେଇଥିଲେ କଡ଼ା ଜବାବ। ୫ ଆତଙ୍କବାଦୀ ଭାରତ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଭାରତୀୟ ସେନା ଜୋରଦାର ଆକ୍ସନ ନେଇଥିଲା। ଫଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହାର ଏକ ଭିଡିଓ ଭାରତୀୟ ସେନା ଜାରି କରିଛି।

“ଗଣମାଧ୍ୟମ ସାଧାରଣ ଲୋକଙ୍କ କଥା କହିବା ଦରକାର”

“ସାମ୍ଵାଦିକମାନଙ୍କର ସ୍ଵାଧୀନତାକୁ ଆମକୁ ବଞ୍ଚାଇ ରଖିବାକୁ ପଡ଼ିବ। ଏଥିପାଇଁ ଆମକୁ ସମାଜର ନିମ୍ନ ବର୍ଗର ଲୋକମାନଙ୍କ ସହ ଯୋଡ଼ି ହେବାକୁ ପଡ଼ିବ। ହେଲେ ବର୍ତ୍ତମାନ ଟେଲିଭିଜନ ମିଡିଆ ହେଉ କି ଖବରକାଗଜ ହେଉ ସେମାନେ ଏବେ ଗୋଟିଏ ବ୍ୟକ୍ତି ବିଶେଷ ଓ ସରକାରୀ ସଂସ୍ଥା ଉପରେ ବେଶି ଗୁରୁତ୍ଵ ଦେଉଛନ୍ତି। ଯଦି ଆମକୁ ସାମ୍ଵାଦିକମାନଙ୍କର ସ୍ଵାଧୀନତା ବଞ୍ଚାଇ ରଖିବାର ଅଛି ତେବେ ଆମକୁ ସେହି ନିମ୍ନ ବର୍ଗର ଲୋକମାଲଙ୍କ ପାଖରେ ପହଞ୍ଚିବାକୁ ପଡ଼ିବ“୨୦୧୭ ମେ ୯ ପ୍ରେସ ଦିବସ ଅବସରରେ ଓଡ଼ିଶାଲାଇଭ ଟିମ୍‌କୁ କହିଥିଲେ ବରିଷ୍ଠ ସାମ୍ଵାଦିକ ଦିଲୀପ ଶତପଥୀ।

ଟ୍ୱିଟର୍‌ରେ ୫୦ କୋଟି ଟପିଲା ମୋଦୀଙ୍କ ଫଲୋର୍ସ, ବିଶ୍ୱରେ ତୃତୀୟ!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ କମାଲ ଦେଖାଇଛନ୍ତି। ସୋମବାର ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋର୍ସ ୫୦ ମିଲିୟନ ଅର୍ଥାତ୍‌ ୫ କୋଟି ପାର କରିଛି।

ଜନ ଅସନ୍ତୋଷ ପରେ ନରମିଲେ ସରକାର – ୩ ମାସ ପାଇଁ ଜରିମାନା ଆଦାୟ କୋହଳ କଲେ

ଚାରିଆଡ଼େ ଜନ ଅସନ୍ତୋଷ ଦେଖାଦେବା ପରେ ଆଜି ରାଜ୍ୟ ସରକାର ନରମିଛନ୍ତି। ନୂଆ ମୋଟର ଯାନ ଆଇନରେ ଜରିମାନା ଆଦାୟକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ ମାସ ପାଇଁ ଜରିମାନା ଆଦାୟ ନକରି ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଲ୍ୟାଣ୍ଡର ବିକ୍ରମକୁ ନେଇ ମଜାଳିଆ ଟୁଇଟ କଲା ନାଗପୁର ପୋଲିସ

ବର୍ତ୍ତମାନ ନୂଆ ମୋଟର ଯାନ ଆଇନ ଆସିବା ପରେ ଏବେ ସମସ୍ତଙ୍କ ମନରେ କୋକୁଆ ଭୟ ରହିଛି। ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଏବେ ମୋଟାଙ୍କର ଚାଲାଣ କଟାଯାଉଛି ପୋଲିସ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଏହାସହ ଆଉ ଏକ ବିଷୟରେ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ତାହା ହେଉଛି ଲ୍ୟାଣ୍ଡର ବିକ୍ରମ। ତେବେ ଏହି ଦୁଇଟି ଚର୍ଚ୍ଚିତ ବିଷୟକୁ ନେଇ ନାଗପୁର ପୋଲିସ ଏକ ମଜାଦାର ଟୁଇଟ କରିଛି।

ସୋସିଆଲ ମିଡିଆରେ କେ ଶିଭନ୍‌ଙ୍କ ଆକାଉଣ୍ଟ ନାହିଁ – ଇସ୍ରୋ

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ମୁଖ୍ୟ କେ ଶିଭନଙ୍କ କୌଣସି ସୋମିଆଲ ମିଡିଆରେ ଆକାଉଣ୍ଟ ନାହିଁ। ସୋମବାର ଏନେଇ ଇସ୍ରୋ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।

ଡିସେମ୍ବର ୮ରେ ସିଟିଇଟି ପରୀକ୍ଷା

ଆସନ୍ତା ଡିସେମ୍ବର ୮ ତାରିଖରେ ସିଟିଇଟି ବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ। ଦେଶର ୧୧୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

ରାୟଗଡ଼ାର ପ୍ରତି ପଞ୍ଚାୟତରେ ଲାଗୁ ହେବ 5-T

ରାଜ୍ୟ ସରକାରଙ୍କ ପ୍ରଣିତ ୫ଟି (ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ସମୟ, ବୈଷୟିକ ଜ୍ଞାନ ଏବଂ ପରିବର୍ତ୍ତନ)କୁ ଫଳପ୍ରଦ କାର୍ଯ୍ୟକାରୀ କରିବା ପାଇଁ  ରାୟଗଡ଼ା  ଜିଲ୍ଲାପାଳ ଏକ ନୂଆ ପଦକ୍ଷେପ ନେଇଛନ୍ତି। ୫ଟିକୁ ପଞ୍ଚାୟତସ୍ତରକୁ ନେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକମାନଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଇବି ସ୍କୁଲ ତାଲିକାର ୧୦ମ ସ୍ଥାନରେ ଧୀରୁଭାଇ ଅମ୍ବାନୀ ଇଣ୍ଟନନ୍ୟାସନାଲ ସ୍କୁଲ

ବିଶ୍ୱର ଶ୍ରେଷ୍ଠ ଆଇବି ସ୍କୁଲ ତାଲିକାର ଦଶମ ସ୍ଥାନରେ ସ୍ଥାନ ପାଇଛି ଭାରତର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲ। ଭାରତର ଏକମାତ୍ର ସ୍କୁଲ ଭାବେ ଏହା ବିଶ୍ୱର ଶ୍ରେଷ୍ଠ ୧୦ ବାକ୍କାଲରେଟ୍ (ଆଇବି) ସ୍କୁଲ ଭାବରେ ସ୍ଥାନ ପାଇଛି।

ରାନୁ ମଣ୍ଡଳଙ୍କ ସହ କାମ କରିବାକୁ ଚାହାନ୍ତି ରାକ୍ଷୀ ସାଓ୍ୱନ୍ତ

ସୋସିଆଲ ମିଡିଆ ସେନ୍ସେସନ ରାନୁ ମଣ୍ଡଳଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କିଛି ଦିନ ପୂର୍ବେ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳଙ୍କୁ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତେ ପସନ୍ଦ କରୁଛନ୍ତି।

ନିରାଶ ହୋଇନି ଇସ୍ରୋ – ଚନ୍ଦ୍ରପୃଷ୍ଠରେ ପୁଣି ସକ୍ରିୟ ହୋଇପାରେ ଲ୍ୟାଣ୍ଡର ବିକ୍ରମ

ଲ୍ୟାଣ୍ଡର ବିକ୍ରମକୁ ନେଇ ଇସ୍ରୋ ନିରାଶ ହୋଇନି। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ପୁଣିଥରେ ସକ୍ରିୟ ହୋଇପାରେ ବୋଲି ଆଶା ରଖିଛି ଇସ୍ରୋ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳିବା ପରେ ଇସ୍ରୋର ଆଶା ବଢ଼ି ଯାଇଛି।

‘ମିଡିଆ ଏକାଡେମୀ ସମ୍ମାନ’ ପାଇଲେ ପ୍ରଫେସର ରାଜକିଶୋର ମିଶ୍ର

“ଓଡ଼ିଆ ଭାଷା ପ୍ରତି ଲୋକଙ୍କର ଆନ୍ତରିକତା କମିଯାଉଛି। ବର୍ତ୍ତମାନର ଆଧୁନିକ ଯୁଗରେ ଲୋକମାନେ ନିଜର ମାତୃଭାଷାକୁ ଭୁଲିବାକୁ ଲାଗିଲେଣି। ଏହାସହ ଲୋକମାନେ ପାଶ୍ଟାତ୍ୟ ସଂସ୍କୃତି ଓ ଇଂରାଜୀ ଭାଷାର ବହୁଳ ବ୍ୟବହାର କରୁଛନ୍ତି। ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ମଧ୍ୟ ଇଂରାଜୀ, ହିନ୍ଦୀ ଓ ମିଶ୍ରିତ ଭାଷାରେ ପ୍ରକାଶ ପାଉଛି। ତେଣୁ ଏପରି ମାନସିକତାକୁ ବଦଳାଇବାକୁ ପଡ଼ିବ। ତେବେ ଯାଇ ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ଉତଥାନ୍ ହୋଇପାରିବ”, କହିଛନ୍ତି ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ।

ଜାଣନ୍ତୁ ଫିଟ୍‌ନେସ୍‌ ପାଇଁ ଅକ୍ଷୟ କ’ଣ କରନ୍ତି?

ପ୍ରତିଦିନ ସକାଳ ୪ଟାରେ ଉଠୁଥିବା ଅକ୍ଷୟ କୁମାରଙ୍କର ଫିଟ୍‌ନେସ୍‌ର କୌଣସି ଜବାବ୍‌ ନାହିଁ। ସବୁଠାରୁ ଖାସ୍‌ କଥା ହେଲା ଏମିତି ଫିଟ୍‌ନେସ୍‌ ପାଇଁ ସେ ଘଣ୍ଟା ଘଣ୍ଟା ଜିମ୍‌ରେ ବିତାଇବା ଅପେକ୍ଷା ପ୍ରାକୃତିକ ୱାର୍କଆଉଟ୍‌ କରନ୍ତି। ନିଜ ୱାର୍କଆଉଟ୍‌ ଓ ସେ ସମ୍ପର୍କିତ କିଛି କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଅକ୍ଷୟ କୁମାର।

ଟେଷ୍ଟ କ୍ରିକେଟ୍‌ରେ ସେହଓ୍ୱାଗ୍‌ଙ୍କ ଅଭଙ୍ଗା ରେକର୍ଡ

ବିରେନ୍ଦ୍ର ସେହଓ୍ଵାଗ ଭାରତୀୟ କ୍ରିକେଟର ଜଣେ କିମ୍ଵଦନ୍ତୀ ଖେଳାଳୀ। ୨୦୧୫ରେ କ୍ରିକେଟରୁ ଅବସର ନେଇଥିବା ଏହି ଖେଳାଳୀ ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ୧୯୯୯ରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ ସେହଓ୍ଵାଗ। ପରେ ୨୦୦୧ରେ ଟେଷ୍ଟ କ୍ରିକେଟରେ। ଲମ୍ଵା କ୍ରିକେଟ କ୍ୟାରିୟର ପରେ ୨୦୧୫ରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ ଏହି କ୍ରିକେଟ କ୍ୟାରିୟର ମଧ୍ୟରେ ତାଙ୍କର ଏମତି କିଛି ରେକର୍ଡ ଅଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି।

ଆସନ୍ତାକାଲି ଲଞ୍ଚ ହେବ Apple iPhone 11

ବହୁ ଦିନର ବ୍ୟବଧାନ ପରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରେ ଲଞ୍ଚ ହେବାକୁ ଯାଉଛି ଆପଲ୍‌ ଆଇଫୋନ୍‌-୧୧ ସିରିଜ୍‌। କାଲିଫର୍ଣ୍ଣିଆରେ ଆୟୋଜିତ ଆପଲ୍‌ କମ୍ପାନିର ବାର୍ଷିକ ଆଇ ଫୋନ୍‌ ଇଭେଣ୍ଟ-୨୦୧୯ରେ ଆଇଫୋନ୍‌-୧୧ ସିରିଜ୍‌କୁ ଲଞ୍ଚ କରାଯିବ। ଏହି ଅବସରରେ କମ୍ପାନି ପକ୍ଷରୁ ଆଇଫୋନ୍‌-୧୧, ଆଇଫୋନ୍‌-୧୧ଆର୍‌ ଏବଂ ଆଇଫୋନ୍‌-୧୧ମ୍ୟାକ୍ସ ଲଞ୍ଚ କରାଯିବ।

Comment