ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ କମାଲ ଦେଖାଇଛନ୍ତି। ସୋମବାର ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଲୋର୍ସ ୫୦ ମିଲିୟନ ଅର୍ଥାତ୍‌ ୫ କୋଟି ପାର କରିଛି।

ଭାରତୀୟ ରାଜନେତାଙ୍କ ମଧ୍ୟରେ ଟୁଇଟର ଫଲୋର୍ସରେ ପ୍ରଥମ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦୀ। ସେହିପରି ସାରା ବିଶ୍ୱରେ ଦେଖିବାକୁ ଗଲେ, ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପରେ ମୋଦୀ ଟୁଇଟର ତୃତୀୟ ଅଧିକ ଫଲୋର୍ସ ଥିବା ରାଜନେତା ହୋଇପାରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ପାଖାପାଖି ୧୦ ବର୍ଷ ପୂର୍ବରୁ ଟୁଇଟର ସାଥିରେ ଯୋଡ଼ି ହୋଇଥିଲେ। ମୋଦୀ ଗୁଜୁାଟର ପ୍ରଧାନମନ୍ତ୍ରୀ ଥିବା ସମୟରେ ଟୁଇଟର ବ୍ୟବହାର କରୁଥିଲେ। ବର୍ତ୍ତମାନ ମୋଦୀଙ୍କ ଟୁଇଟର ଫଲୋର୍ସ ୫ କୋଟି ଟପିଛି।

ଟୁଇଟରରେ ଅଧିକ ଫଲୋର୍ସ ଥିବା ବଶ୍ୱର ୪ ରାଜନେତା

୧- ବାରାକ ଓବାମା – ୧୦.୦୮ କୋଟି

୨- ଡୋନାଲ୍ଡ ଟ୍ରମ୍ପ – ୬.୪ କୋଟି

୩- ନରେନ୍ଦ୍ର ମୋଦି – ୫ କୋଟି

୪- ହିଲାରୀ କ୍ଲିଣ୍ଟନ୍‌ – ୨.୫ କୋଟି

ଟୁଇଟରରେ ଅଧିକ ଫଲୋର୍ସ ଥିବା ଭାରତର ୫ ରାଜନେତା

୧- ନରେନ୍ଦ୍ର ମୋଦୀ – ୫ କୋଟି

୨- ଅରବିନ୍ଦ କେଜ୍ରିୱାଲ – ୧.୫୪ କୋଟି

୩- ଅମିତ ଶାହ – ୧.୫୨ କୋଟି

୪- ରାଜନାଥ ସିଂହ – ୧.୪୧ କୋଟି

୫- ରାହୁଲ ଗାନ୍ଧୀ – ୧.୦୬ କୋଟି

Comment