ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆ ସିନେଜଗତର ଚକଲେଟ ହିରୋ ହେଉଛନ୍ତି ବାବୁସାନ ମହାନ୍ତି। ଅଧିକାଂଶ ସମୟରେ ନିଜର ନୂଆ ନୂଆ ଲୁକର ଫଟୋ ସୋସିଆଲ ମିଡ଼ିଆରେ ଛାଡିଥାନ୍ତି ବାବୁସାନ। ଏଥିପାଇଁ ଓଡ଼ିଆ ସିନେ ପ୍ରେମୀଙ୍କର ସେ ପ୍ରିୟ ଅଭିନେତା ହୋଇପାରିଛନ୍ତି। ବର୍ତ୍ତମାନ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବାବୁସାନଙ୍କ ଫଲୋୟରଙ୍କ ସଂଖ୍ୟା ୧ଲକ୍ଷରେ ପହଞ୍ଚିଛି।

ଏନେଇ ସେ ଏକ ସ୍ୱତନ୍ତ୍ର ଭିଡ଼ିଓ ପ୍ରସ୍ତୁତ କରି ଏହାକୁ ନିଜର ସୋସିଆଲ ଆକାଉଣ୍ଟରେ ଛାଡିଛନ୍ତି। ଏହି ଭିଡ଼ିଓରେ ସେ ତାଙ୍କର ସମସ୍ତ ଫଲୋୟରମାନଙ୍କୁ ତାଙ୍କ ପରିବାର ବୋଲି କହିଛନ୍ତି। ଏହା ସହ ତାଙ୍କର ଏହି ପରିବାର ତାଙ୍କ ସହ ସବୁ ସମୟରେ ରହିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଖରାପ ସମୟ, ଭଲ ସମୟ ସହ ବହୁତ ଖରାପ ସମୟରେ ମଧ୍ୟ ଏହି ପରିବାର ତାଙ୍କ ସହ ରହିଆସିଛି। ତେଣୁ ସେମାନଙ୍କୁ ବହୁତ ବହୁତ ଧନ୍ୟବାଦ ବୋଲି କହିଛନ୍ତି ଅଭିନେତା ବାବୁସାନ ମହାନ୍ତି।

ସାରା ଓଡ଼ିଶାରେ ବାବୁସାନଙ୍କ ଲକ୍ଷାଧିକ ଫ୍ୟାନ୍ ଅଛନ୍ତି। ଲକ୍ଷାଧିକ ଓଡ଼ିଆ ସିନେପ୍ରେମୀଙ୍କ ହୃଦୟରେ ତାଙ୍କର ନିଆରା ଅଭିନୟ ପାଇଁ ସେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି।

ଦୀର୍ଘ ୧୦ ବର୍ଷ ଧରି ନିଜର ଅଭିନୟର ଯାଦୁରେ ଲୋକଙ୍କୁ ହସାଇପାରୁଥିବା ଜଣେ ନିଆରା ଅଭିନେତା ଭାବରେ ସେ ବେଶ ପରିଚିତ। ୨୦୦୯ରେ ‘ରୋମିଓ ଦ ଲଭର ବୟ’ରୁ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ବାବୁସାନଙ୍କ ଆଗାମୀ ଫିଲ୍ମ ‘ମିଷ୍ଟର ମଜନୁ’ ଆଗାମୀ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଛି।

Comment