ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ମୋବାଇଲ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଛି। ସବୁ ସମୟରେ ଲୋକ ଫୋନର ବ୍ୟବହାର କରିଚାଲିଛନ୍ତି। ଅଧିକାଂଶ ଲୋକ ଏମିତି ଥା’ନ୍ତି ଯେଉଁମାନେ ରାତିରେ ଶୋଇବା ପୂର୍ବରୁ ଓ ସକାଳୁ ଉଠିବା କ୍ଷଣି ଫୋନ୍‌ ଦେଖିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି ଏହି ଅଭ୍ୟାସ ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଆଜି ଆମେ ଆପଣଙ୍କୁ କହିବୁ ଏହି ଅଭ୍ୟାସ ଦ୍ୱାରା କ’ଣ ସମସ୍ୟା ହୋଇପାରେ…

ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ଯେଉଁମାନେ ସକାଳୁ ଉଠିବା କ୍ଷଣି ଫୋନର ବ୍ୟବହାର କରନ୍ତି ସେମାନଙ୍କ ଦିନ ଷ୍ଟ୍ରେସରୁ ଆରମ୍ଭ ହୋଇଥାଏ। ଯାହାଦ୍ୱାରା ଅନେକ ସମସ୍ୟା ହୋଇଥାଏ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଆମେ ସକାଳୁ ଯାହା ଦେଖୁ ଦିନସାରା ସେହି ବିଷୟରେ ଭାବୁ। ଆପଣ ସକାଳୁ ଫୋନ୍‌ ଦେଖୁ ଦେଖୁ କିଛି ଖରାପ ଖବର ପାଆନ୍ତି ତାହାଲେ ଆପଣ ସାରାଦିନ ସେହି କଥା ଚିନ୍ତା କରିଥାନ୍ତି। ଫଳରେ ଆପଣଙ୍କ ଦିନ ଭଲ ଯାଇ ନଥାଏ ଓ କାର୍ଯ୍ୟ କ୍ଷମତା ହ୍ରାସ ପାଇଥାଏ।

ଏଥିଯୋଗୁଁ ବ୍ଲଡ ପ୍ରେସର ସମସ୍ୟା ବି ଦେଖାଯାଇଥାଏ। ମନ ଶାନ୍ତ ରହିନଥାଏ। ସେଥିପାଇଁ ସକାଳୁ ଆପଣ ଏହି ସମସ୍ୟା ବଦଳେଇ ଯୋଗ କରିପାରିବେ।

Comment