ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରିୟଙ୍କା ଚୋପ୍ରା ଓ ଫରାନ ଅଖତରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲର ଆସିବା ପରେ ଅଭିନେତ୍ରୀ ଜାୟରା ଓ୍ୱାସିମ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫିଲ୍ମରେ ଜାୟରା ପ୍ରିୟଙ୍କା ଓ ଫରାନଙ୍କ ଝିଅ ଭୂମିକାରେ ନଜର ଆସିଛନ୍ତି। ଜାୟରା ବଲିଉଡ ଛାଡ଼ିବା ପୂର୍ବରୁ ଏହି ଫିଲ୍ମର ସୁଟିଂ ହୋଇଥିଲା। ଫିଲ୍ମର ଟ୍ରେଲର ଦେଖି ଜାୟରାଙ୍କ ଉପସ୍ଥିତିକୁ ଦର୍ଶକ ସହଜେ ହଜମ କରିପାରୁ ନାହାନ୍ତି ଏବଂ ତାଙ୍କୁ ଟ୍ରୋଲ କରିଛନ୍ତି।

ଧର୍ମକୁ ଆଳ କରି ଫିଲ୍ମରୁ ସନ୍ନ୍ୟାସ ନେଇଥିବା ଜାୟରା ପୁଣି କେମିତି ଫିଲ୍ମକୁ ଆସିଛନ୍ତି ବୋଲି ଅନେକ ୟୁଜର ପ୍ରଶ୍ନ କରିଛନ୍ତି।

ଫିଲ୍ମ ଦୁନିଆଁରୁ ବିଦାୟ ନେବା ପରେ ଜାୟରା ଚର୍ଚ୍ଚାରେ ଥିଲେ। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜାୟରା ଏହି ଘୋଷଣା କରିଥିଲେ।

ଫ୍ୟାମିଲି ଡ୍ରାମାକୁ ନେଇ ନିର୍ମିତ ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ। ଏହି ଫିଲ୍ମ ଜରିଆରେ ଦୀର୍ଘଦିନ ପରେ ବଲିଉଡରେ ପ୍ରିୟଙ୍କାଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବ। ଅକ୍ଟୋବର ୧୧ରେ ଫିଲ୍ମଟି ରିଲିଜ ହେବ।

Comment