ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ଼ର ମିଷ୍ଟର ପରଫେକ୍ଟ ଭାବରେ ପରିଚିତ ଅମିର ଖାନ୍। ସବୁବେଳେ ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ସେ ଦର୍ଶକମାନଙ୍କୁ ତାଙ୍କ ଫିଲ୍ମ ଦେଖିବାକୁ ବାଧ୍ୟ କରିଥାନ୍ତି। ବଲିଉଡ୍ ଜଗତରେ ବର୍ଷକୁ ମାତ୍ର ହାତଗଣତି କେତୋଟି ଫିଲ୍ମ ହାତକୁ ନେଇ ତାକୁ ସଫଳ କରିବାକୁ ଚାହାଁନ୍ତି ଅମିର ଖାନ୍।

ତେବେ ଆଗାମୀ ବର୍ଷ ମାନଙ୍କରେ ମଧ୍ୟ ରିଲିଜ ହେବାକୁ ଯାଉଛି ଅମିର ଖାନ୍ ଅଭିନୀତ କେତୋଟି ଫିଲ୍ମ। ଜାଣନ୍ତୁ ଅମିରଙ୍କ ଆଗାମୀ ଫିଲ୍ମମାନଙ୍କ ବିଷୟରେ।

ଲାଲ ସିଂହ ଚଢା

ଗତ ମାର୍ଚ୍ଚମାସ ୧୪ ତାରିଖରେ ଅମିରଙ୍କ ଜନ୍ମଦିନ ଅବସରରେ ଏହି ଫିଲ୍ମର ଖୁଲାସା କରିଥିଲେ ଅମିର ଖାନ। ଅମିର ଖାନଙ୍କ ସହ ଏହି ଫିଲ୍ମରେ ଦର୍ଶକ କରୀନା କପୁରଙ୍କୁ ମଧ୍ୟ ଦେଖିବାକୁ ପାଇବେ। ୨୦୨୦ ମସିହା ଖ୍ରୀଷ୍ଟମାସରେ ଏହି ଫିଲ୍ମଟି ରିଲିଜ୍ ହେବ ବୋଲି କୁହାଯାଉଛି। ଜୀବନ କାହାଣୀ ଉପରେ ତିଆରି ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦଭେତ୍ ଚନ୍ଦନ।

ମୋଗୁଲ

ଜଲି ଏଲ.ଏଲ.ବି ୨ର ନିର୍ଦ୍ଦେଶକ ସୁବାସ କପୁରଙ୍କ ଆଗାମୀ ଫିଲ୍ମ ମୋଗୁଲରେ ନଜର ଆସିବେ ଅମିର ଖାନ୍। ଗୁଲଶାନ କୁମାରଙ୍କ ଜୀବନୀ ଉପରେ ଏହି କାହାଣୀ ଆଧାରିତ। ଏହି ଫିଲ୍ମରେ ଅମିର ଖାନ୍ ଏକ ଭିନ୍ନ ଅନ୍ଦାଜରେ ଲୋକଙ୍କ ନଜରକୁ ଆସିବେ। ଏହି ଫିଲ୍ମର ପ୍ରଯୋଜନା କରିବ ଟି-ସିରିଜ୍ ଓ ସୁଦେଶ କୁମାର।

ମହାଭାରତ

ଅମିର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ମହାଭାରତରେ ମଧ୍ୟ ଆଗାମୀ ବର୍ଷ ଆଡକୁ ନିର୍ମାଣ ହୋଇପାରେ।  ଏହାକୁ ନେଇ କେତେକ ସାକ୍ଷାତକାରରେ ଅମିର କହିଥିଲେ ମଧ୍ୟ ଏହାକୁ ଗୁଜବ ବୋଲି କୁହାଯାଉଛି। ଅମିରଙ୍କ ଫିଲ୍ମ ଥଗସ୍ ଅଫ୍ ହିନ୍ଦୁସ୍ତାନ ବିଫଳ ହେବା ପରେ ଏବେ ମହାଭାରତକୁ ଚର୍ଚ୍ଚା କିଛିଟା ଶାନ୍ତ ପଡ଼ିଛି। ଏହି ଫିଲ୍ମର ନର୍ଦ୍ଦେଶନା ବାହୁବଳୀ ଫିଲ୍ମର ଚର୍ଚ୍ଚିତ ନିର୍ଦ୍ଦେଶକ ଏସ୍.ଏସ୍. ରାଜମୌଲୀ ଦେବେ ବୋଲି ଶୁଣାଯାଉଛି।

Comment