ଓଡ଼ିଶାଲାଇଭ ବ୍ୟୁରୋ

“ସରକାର ଜରିମାନା ଆଦାୟ କରି ନିଜ ପକେଟ ଫୁଲ କରୁନାହାନ୍ତି ବରଂ ସମସ୍ତଙ୍କୁ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ କରିଛନ୍ତି। ଜରିମାନାରୁ ଆଦାୟ ଆୟ ରାଜ୍ୟ ସରକାରଙ୍କ ପାଣ୍ଠିକୁ ହିଁ ଯିବ। ରାଜ୍ୟ ସରକାର ଚାହିଁଲେ ଏହି ନିୟମ ଉଠାଇ ଦେଇ ପାରିବେ ଏହା ତାଙ୍କ ଉପରେ ନିର୍ଭର କରେ। କେନ୍ଦ୍ରସରକାରଙ୍କ ଲକ୍ଷ୍ୟ ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା“ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ।

ନୂଆ ଟ୍ରାଫିକ ନିୟମକୁ ନେଇ ବର୍ତ୍ତମାନ ସାରା ଦେଶ ଅସ୍ତବ୍ୟସ୍ତ ରହିଛି। ଏହି ନିୟମରେ ଉଲ୍ଲଘଂନରେ ମୋଟା ଅଙ୍କର ଫାଇନକୁ ଲୋକମାନେ ବିରୋଧ କରିଥିଲେ। ତେବେ ଏହି ଚିନ୍ତାରୁ ମୁକ୍ତି ଦେବା ପାଇଁ କିଛି ରାଜ୍ୟ ଏହି ଜରିମାନାକୁ କମାଇବାକୁ ଯୋଜନା କରୁଛନ୍ତି। ଏହା ମଧ୍ୟରେ ଗୁଜୁରାଟ ସରକାର ଏହି ଫାଇନକୁ କମାଇ ଦେଇଛନ୍ତି। ଏହି ନିୟମକୁ କିଛି ରାଜ୍ୟ କୋହଳ କରକିବାକୁ ଯୋଜନା କରୁଥିବା ଏନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ନିତୀନ ଗଡ଼କାରୀ।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ବହୁ ରାଜ୍ୟ ସହ ଏହି ମଟୋର ଯାନ ଆଇନ ସଂଶୋଧନ ନେଇ ପଚାରିଛି ହେଲେ କେହି ଏହାକୁ ମାନିବେନି ବୋଲି ମନା କରିନାହାନ୍ତି। ମୁଁ ମଧ୍ୟ ଓଭର ସ୍ପିଡିଙ୍ଗ ଯୋଗୁଁ ଜରିମାନା ଭରିଛି।”

ଗତକାଲି ଗୁଜୁରାଟ ସରକାର ଏହି ନିୟମକୁ କୋହଳ କରିଛନ୍ତି। ବିଶେଷ କରି ବାଇକ ଓ ଚାଷ କାମରେ ନିୟୋଜିତ ଗାଡ଼ି ପାଇଁ ଏହି ନିୟମ କୋହଳ ହୋଇଛି। ସେହିପରି ଓଡ଼ିଶା ସରକାର ମଧ୍ୟ ଏହି ନିୟମକୁ ୩ ମାସ ପାଇଁ କୋହଳ କରିଛନ୍ତି। ୩ ମାସ ପର୍ଯ୍ୟନ୍ତ ପୋଲିସ କୌଣସି ଗାଡ଼ିକୁ ଯାଞ୍ଚ କରି ମୋଟା ଅଙ୍କର ଫାଇନ ଆଦାୟ କରିପାରିବ ନାହିଁ।

Comment