ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ଇ-କମର୍ସ କମ୍ପାନି ଆଲିବାବା ଅଧ୍ୟକ୍ଷ ଜ୍ୟାକ୍‌ ମା ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଜନ୍ମଦିନରେ ହିଁ ସେ ଏହି ପଦବୀରୁ ଓହରିଛନ୍ତି। ୫୫ ବର୍ଷୀୟ ଜ୍ୟାକ୍‌ ମା ବର୍ଷକ ପୂର୍ବେ ଏପେଇ ଘୋଷଣା କରିଥିଲେ। କିନ୍ତୁ ଜ୍ୟାକ୍‌ ମା ଆଲିବାବା ପାର୍ଟନରସିପ୍‌ର ସଦସ୍ୟ ରହିବେ। ଆଲିବାବା ପାର୍ଟନରସିପ୍‌ ୩୬ ଜଣ ଲୋକଙ୍କୁ ନେଇ ଗଠିତ ହୋଇଛି।

୧୯୯୯ ମସିହାରେ ଜ୍ୟାକ୍‌ ମା ଆଲିବାବାକୁ ପ୍ରତିଷ୍ଠା କରିଥିଲେ। ଚୀନର ରପ୍ତାନିକାରୀଙ୍କୁ ଆମେରିକାର ଖୁଚୁରା ଗ୍ରାହକଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କମ୍ପାନି ଆରମ୍ଭ କରିଥିଲେ।

୨୦୧୮, ଏପ୍ରିଲ ଓ ଜୁନ୍‌ ମାସ ମଧ୍ୟରେ ଆଲିବାବାର ମୋଟ୍‌ ୧୬.୭ ବିଲିୟନ୍‌ ଡଲାର ରହିଥିବା ବେଳେ ଏଥିରୁ ୬୬ ପ୍ରତିଶତ ବ୍ୟବସାୟ ଚୀନରେ ହୋଇଛି। ଜ୍ୟାକ୍‌ ମାଙ୍କ ସ୍ଥାନରେ କମ୍ପାନି ମୁଖ୍ୟ କାର୍ଯ୍ୟନିର୍ବାହୀ ଡାନିଏଲ୍‌ ଝାଙ୍ଗ୍‌ଙ୍କୁ ନିଯୁକ୍ତି ଦିଆଯାଇଛି।

Comment