ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

୧୪ ଯାଏଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

୧୪ ଯାଏଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଥିବାରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସୀତାରମଣ କହିଲେ – ଓଲା, ଉବର ପାଇଁ କାର ବେପାର ମାନ୍ଦା

ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ କାର ବ୍ୟବସାୟ ମାନ୍ଦା ପଡ଼ିବା ପାଇଁ ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ବୁଡ଼ିଗଲା ନିବେଶକାରୀଙ୍କ ୧୪ ଲକ୍ଷ କୋଟି ଟଙ୍କା!

ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ। ସରକାର ତାଙ୍କର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ ଏପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ି ତଳିତଳାନ୍ତ ହେବାକୁ ବସିଲାଣି। ସରକାରଙ୍କ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ପାଇଁ ଦେଶର ପୁଞ୍ଜିବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବାରେ ଲାଗିଛି।

‘କଶ୍ମୀର ହେଉଛି ଭାରତର’ – କହୁ କହୁ କହିଦେଲେ ପାକ୍ ବୈଦେଶିକ ମନ୍ତ୍ରୀ

‘କଶ୍ମୀର’ ପ୍ରସଙ୍ଗରୁ ନଜର ହଟାଇ ପାରୁନି ପାକିସ୍ତାନ। ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ ହଟହଟା ହେବା ପରେ ପୁଣି ଥରେ ଜାତିସଂଘ ମାନବାଧିକାର କମିଶନ ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜେନେଭାଠାରେ ଅନୁଷ୍ଠିତ ଜାତିସଂଘ ମାନବାଧିକାର କମିଶନ ପରିଷଦ ବୈଠକରେ ପାକ୍‌ ବୈଦେଶିକ ମନ୍ତ୍ରୀ ମହମ୍ମଦ କ୍ୟୁରେସି କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ବିବୃତି ଦେବା ବେଳେ ‘କଶ୍ମୀର ଭାରତର’ ବୋଲି କହିଥିଲେ।

ଛୁଟିଦିନରେ କରିପାରିବେ ଗାଡ଼ି କାଗଜପତ୍ର – ଖୋଲା ରହିବ ଆରଟିଓ ଅଫିସ୍

ଏଣିକି ଛୁଟିଦିନରେ ମଧ୍ୟ କରିହେବ ଗାଡି କାଗଜପତ୍ର। ଛୁଟିଦିନମାନଙ୍କରେ ମଧ୍ୟ ଗାଡି କାଗଜପତ୍ର ପ୍ରଦାନ କରୁଥିବା କାର୍ଯ୍ୟାଳୟଗୁଡ଼ିକ ଖୋଲାରହିବ। ଅର୍ଥାତ ରାଜ୍ୟରେ ଥିବା ସମସ୍ତ ଆରଟିଓଗୁଡ଼ିକ ଏଣିକି ଛୁଟିଦିନରେ ମଧ୍ୟ ଲୋକଙ୍କ ପାଇଁ ଖୋଲା ରହିବ। ଛୁଟିଦିନରେ ମଧ୍ୟ ଲୋକମାନେ ଆସି ନିଜର ଗାଡ଼ି କାଗଜପତ୍ର କରିପାରିବେ।

‘VAHAN ସ୍ପେସ୍ ଗାଡ଼ି ନମ୍ବର’ SMS କରନ୍ତୁ, ଯେକୌଣସି ଗାଡ଼ିର ଜାତକ ଜାଣନ୍ତୁ

ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ‘ବାହନ’ ସେବା ଉପଲବ୍ଧ ହେଉଛି। ଏହି ବାହନ ସେବା ମାଧ୍ୟମରେ ଜଣେ ନିଜ ଗାଡ଼ି ସମ୍ପର୍କିତ ସମସ୍ତ ସୂଚା ଏସ୍‌ଏମ୍‌ଏସ୍‌ ବା ମେସେଜ୍‌ କରି ପାଇପାରିବେ। ଏହି ମେସେଜ୍‌ ଜରିଆରେ ଗାଡ଼ିର ସମସ୍ତ ବିବରଣୀ- ଆର୍‌ଟିଓ ରେଜିଷ୍ଟ୍ରେସନ୍‌, ଗାଡ଼ି ନମ୍ବର, ଗାଡ଼ି ମଡେଲ, ଆର୍‌ସି ବୁକ୍‌, ଇନ୍‌ସୁରାନ୍ସ ଓ ଗାଡ଼ି ମାଲିକ ବିଷୟରେ ସମସ୍ତ ସୂଚନା ମିଳିପାରିବ।

Comment