ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ମୋଟର ଯାନ ଆଇନ୍‌ରେ ଫାଇନ୍‌ ଗଣି ଗଣି ହନ୍ତସନ୍ତ ହେଲେଣି ଲୋକେ। ଏହି ଫାଇନ୍‌କୁ କିଛି ମାତ୍ରାରେ କୋହଳ କରିଛନ୍ତି ଗୁଜୁରାଟ ସରକାର।

ନୂଆ ମୋଟର ଯାନ ଆଇନ୍‌ ଅନୁସାରେ ବିନା ହେଲମେଟ୍‌ରେ ବାଇକ୍‌ ଚଲାଇଲେ ୧ହଜାର ଟଙ୍କା ଫାଇନ୍‌ ଥିବା ବେଳେ ଗୁଜୁରାଟ ସରକାର ଏହି ଫାଇନ୍‌କୁ ୫୦୦ ଟଙ୍କା ଦେବେ। ସେହିପରି ବିନା ସିଟ୍‌ ବେଲ୍ଟରେ ଚାରି ଚକିଆ ଗାଡ଼ି ଚଲାଉଥିଲେ ୧୦୦୦ ଟଙ୍କା ଫାଇନ୍‌ ଥିବା ବେଳେ ଏବେ ୫୦୦ ଟଙ୍କା ଦେବେ।

ବିନା ଲାଇସେନ୍ସରେ ଦୁଇ ଚକିଆ ଗାଡ଼ି ଚଳାଉଥିଲେ ୫ହଜାର ଜରିମାନା ଥିବା ବେଳେ ଏବେ ଏହି ଜରିମାନାକୁ  ୨୦୦୦ ଟଙ୍କା ଦେବାକୁ ହେବେ। ଚାରି ଚକିଆ ଗାଡ଼ିର ଲାଇସେନ୍ସ ନଥିଲେ ୩୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

Comment