ଓଡ଼ିଶାଲାଇଭ୍ ବ୍ୟୁରୋ

ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମାର୍ଗକୁ ଗାନ୍ଧୀଙ୍କ ନାଁରେ ନାମିତ କରାଯିବ। ଏହାସହ ସେହି ମାର୍ଗରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ପ୍ରତି ଜିଲ୍ଲାର ସଂସ୍କୃତି ଅଧିକାରୀମାନେ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଗାନ୍ଧୀମାର୍ଗଗୁଡ଼ିକୁ ଚୟନ କରିବେ।

ଲୋକକଳାକୁ ସବୁ ଅଞ୍ଚଳରେ ପରିଚିତ କରିବା ପାଇଁ ୨୪ଟି ଲୋକକଳା ଗ୍ରାମ ଚିହ୍ନଟ କରାଯାଇଛି। ସେହିଭଳି ବ୍ଲକ ସ୍ତରରେ ମଧ୍ୟ ନାଟ୍ୟ ମଣ୍ଡପ ନିର୍ମାଣ କରାଯିବ।

ବୁଧବାର ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କୁ ନେଇ ଏକ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଏଭଳି ନିଷ୍ପତ୍ତିମାନ ନିଆଯାଇଛି।

ଏହି ସମ୍ମିଳନୀରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ଓ ମନସ୍ୱିନୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Comment