ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଆସନ୍ତା  ଅକ୍ଟୋବର ୨ରୁ ଖେଳାଯିବାକୁ ଥିବା ୩ଟି ଟେଷ୍ଟ ବିଶିଷ୍ଟ ଏହି ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ କେଏଲ୍‌ ରାହୁଲ ବାଦ ପଡ଼ିଥିବା ବେଳେ ଶୁଭମନ୍‌ ଗିଲଙ୍କୁ ଟେଷ୍ଟ ଟିମ୍‌ରେ ସାମିଲ କରାଯାଇଛି।

ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳର ଚମତ୍କାର ଟେଷ୍ଟ ବିଜୟ ପରେ ଭାରତୀୟ ଦଳର ଆତ୍ମବିଶ୍ଵାସ ବଢ଼ିଛି। ତେବେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍‌ ଦଳ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ।

ଦଳ ପାଇଁ ଓପନିଂ କରିପାରନ୍ତି ରନ୍‌ ମାଷ୍ଟର ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରଓ୍ଵାଲ। ଦଳରୁ କେଏଲ୍‌ ରାହୁଲ ବାଦ୍‌ ପଡ଼ିଥିବାରୁ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ଵାଲ ରୋହିତଙ୍କ ସହ ପଡ଼ିଆକୁ ଓହ୍ଲାଇବେ। ସେହିପରି ଦଳରେ ଆଜିଙ୍କ୍ୟ ରାହାଣେଙ୍କୁ ଭାଇସ୍‌ କ୍ୟାପ୍ଟେନ୍‌ ନିଯୁକ୍ତ କରାଯାଇଛି।

ଅନ୍ୟପକ୍ଷରେ ଭାରତୀୟ ଦଳରେ ଦୁଇଟି ଓ୍ଵିକେଟ୍ କିପର ସ୍ଥାନ ପାଇଛନ୍ତି। ଟିମ୍‌ରେ ଋଷଭ ପନ୍ତଙ୍କ ସହିତ ଋଦ୍ଧିମାନ ଶାହା ମଧ୍ୟ ଓ୍ଵିକେଟ୍ କିପର ଭାର ସମ୍ଭାଳିବେ। ସେହିପରି ବୋଲରଙ୍କ ଭିତରେ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଜଶପ୍ରିତ୍‌ ବୁମ୍ରା ଏବଂ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟିମ୍‌ ଇଣ୍ଡିଆ:

ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ରୋହିତ ଶର୍ମା, ଚେତେଶ୍ଵର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଋଦ୍ଧିମାନ ଶାହା(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ମହମ୍ମଦ ସାମି, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା ଓ ଶୁଭମାନ ଗିଲ।

Comment