ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଅନେକ ଥର ବିଶ୍ୱସ୍ତରରେ ବିଭିନ୍ନ ମଞ୍ଚରେ ପାକିସ୍ତାନର ମୁଖା ଖୋଲି ସାରିଛି। ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିବା ଅନେକ ଥର ଭାରତ କହିଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନ ନିଜେ ମଧ୍ୟ ଏକଥାକୁ ସ୍ୱୀକାର କରିଛି। ପାକିସ୍ତାନ ଗୃହମନ୍ତ୍ରୀ ଏଜାଜ ଅହମ୍ମଦ ଶାହ ନିଜେ ଏକଥା ମାନିଛନ୍ତି। ଏକ ପାକିସ୍ତାନୀ ଟିଭି ଚ୍ୟାନେଲ ସାକ୍ଷତକାର ଦେଉଥିଲା ବେଳେ ସେ କହିଛନ୍ତି,‘‘ ପାକିସ୍ତାନରେ ଆତଙ୍କବାଦୀ ରହିଛନ୍ତି। ଆମ ସରକାର ଦେଶକୁ ଆତଙ୍କୀ ମୁକ୍ତ କରିବାକୁ ଲଗାତର ଚେଷ୍ଟା କରୁଛି‘‘।

ସେ ଆଉ ଏକ ବଡ଼ ବୟାନ ଦେଇ କହିଛନ୍ତି,‘‘କଶ୍ମୀର ପ୍ରସଙ୍ଗରେ ଆମେ ବିଫଳ ହୋଇଛୁ। ଏହି ପ୍ରସଙ୍ଗକୁ ଆନ୍ତର୍ଜାତିକ ସମୁଦାୟକୁ ବୁଝେଇବାରେ ଆମେ ବିଫଳ ହୋଇଛୁ। ଅନ୍ତର୍ଜାତୀୟ ସମୁଦାୟ ଆମକୁ ବିଶ୍ୱାସ କରୁନାହିଁ। ଆମକୁ ଗୁରୁତ୍ୱର ସହ ନେଉ ନାହନ୍ତି। ଆମକୁ ବିଶ୍ୱାସ କରିବା ପରିବର୍ତ୍ତେ ଭାରତକୁ ବିଶ୍ୱାସ କରୁଛନ୍ତି।

ସେ ଆହୁରି କହିଛନ୍ତି ଯେ ପୂର୍ବରୁ ଶାସନ ଗାଦିରେ ଥିବା ସରକାର ଏଥିପାଇଁ ଦାୟୀ। ସେମାନେ ଦେଶର ଛବିକୁ ଖରାପ କରଛନ୍ତି।

Comment