ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ରେ ଭାଲେଣ୍ଟାଇନ ଓ୍ୱିକ୍‌ରେ ଏକ ଭିଡିଓ ସବୁ ରେକର୍ଡ ଭାଙ୍ଗ ଦେଇଥିଲା। ଏହି ଭିଡିଓରେ ଜଣେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିଲା। ଏମିତି ଆଖି ମାରିଥିଲେ ଯେ ସାରାଦେଶରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା। ଯୁବପିଢ଼ି ତାଙ୍କ ଦିଓ୍ୱାନା ହୋଇ ଯାଇଥିଲେ। ଏହି ନୂଆ ଚେହେରା ଥିଲା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ୱାରିୟରଙ୍କର।

ମାଲାୟଲମ ଫିଲ୍ମର କ୍ୟାରିୟର ଆରମ୍ଭ କରିଥିବା ପ୍ରିୟା ଏବେ ଜଣେ ଫେମସ୍‌ ଷ୍ଟାର ଭାବେ ପରିଚୟ ସୃଷ୍ଟି କରିଛନ୍ତି। ୧୯୯୯ରେ ଜନ୍ମ ହୋଇଥିବା ଏହି ଅଭିନେତ୍ରୀ ଆଜି  ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କର ସେହି ଭିଡିଓ ବିଷୟରେ, ଯାହା ତାଙ୍କୁ ରାତାରାତି ଷ୍ଟାର କରିଥିଲା।

ସେହି ଦୃଶ୍ୟ ଥିଲା ମାଲୟାଲମ୍ ସିନେମା ‘ଓରୁ ଅଦାର ଲଭ୍’ର ଏକ ସିନ୍। ଏହି ସିନେମାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବାରିଅର୍ ଡେବ୍ୟୁ କରୁଛନ୍ତି। ଏହି ସିନେମା ଆଗାମୀ ମାର୍ଚ୍ଚ ୩ ତାରିଖରେ ରିଲିଜ୍ ହେବ। ଏହାର ଏକ ଗୀତ ମନିକା ମଲରୟା ପୂବୀ… ରେ ପ୍ରିୟା ପ୍ରକାଶ ଏଭଳି ଆଖିରେ ଇସାରା କରିଥିଲେ। ଏହି ଗୀତକୁ ମାତ୍ର ୨୪ ଘଣ୍ଟାରେ ୧ ମିଲିଅନ୍ ଠାରୁ ଅଧିକ ଦର୍ଶକ ଦେଖିଥିଲେ। ୫୦ ହଜାରରୁ ଅଧିକ ଲାଇକସ୍ ମିଳିଥିଲା।

Comment