ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଶିକ୍ ୨ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଡିମାଣ୍ଡ ଦିନକୁ ଦିନ ବଢ଼ୁଛି। ବଲିଉଡର ବ୍ୟସ୍ତ ଅଭିନେତ୍ରୀମାନଙ୍କ ମଧ୍ୟରେ ଶ୍ରଦ୍ଧା ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଶ୍ରଦ୍ଧାଙ୍କ ଫିଲ୍ମ ‘ସାହୋ’ ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇବା ପରେ ‘ଛିଛୋରେ’ ମଧ୍ୟ ବକ୍ସ ଅଫିସରେ ସୁପରହିଟ ହେଉଛି। ଛିଛୋରେକୁ ଦର୍ଶକ ପସନ୍ଦ କରୁଛନ୍ତି।

ଶ୍ରଦ୍ଧା ୯ ବର୍ଷ କ୍ୟାରିୟର ମଧ୍ୟରେ ୨୦ ଫିଲ୍ମ କରିଛନ୍ତି। ପାଖାପାଖି ସବୁ ଫିଲ୍ମ ଶ୍ରଦ୍ଧାଙ୍କର ସପୁରହିଟ ହେଇଛି। ବାଗି, ସ୍ତ୍ରୀ, ଆଶିକ୍‌ ୨, ହୈଦର, ଏକ୍‌ ଭିଲେନ୍‌, ଏବିସିଡି ୨ ଆଦି ତାଙ୍କ ସୁପରହିଟ ଫିଲ୍ମ ତାଲିକାରେ ରହିଛି।

‘ସାହୋ’ ଓ ‘ଛିଛୋରେ’ ପରେ ଶ୍ରଦ୍ଧାଙ୍କ ଡିମାଣ୍ଡ ଆହୁରି ବଢ଼ିଯିବ ବୋଲି ଅନୁମାନ କରାଯାଉଛି। ଏବେ ବି ଶ୍ରଦ୍ଧାଙ୍କ ହାତରେ  ଷ୍ଟ୍ରିଟ ଡ୍ୟାନ୍ସର, ବାଗି ୩ ଭଳି ବଡ଼ ଫିଲ୍ମ ରହିଛି।  ଷ୍ଟ୍ରିଟ ଡ୍ୟାନ୍ସରରେ ଶ୍ରଦ୍ଧାଙ୍କ ଅପୋଜିଟରେ ଆସିବେ ବରୁଣ ଧଓ୍ୱନ। ସେହିପରି ବାଗି ୩ରେ ଶ୍ରଦ୍ଧା ଓ ଟାଇଗରଙ୍କ ଯୋଡ଼ି ଦେଖିବାକୁ ମିଳିବ।

Comment