ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୦ରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ସ୍ଥାନ ପାଇଛି। ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ସହ ଜଡିତ ଥିବା ୫ଟି ଦିଗକୁ ନେଇ ଏହି ରାଙ୍କିଂ କରାଯାଇଥିଲା।

ଏହି ଏହି ଦିଗଗୁଡ଼ିକ ଥିଲା ଶିକ୍ଷାଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ପରିମାଣ, ଆୟ, ଖ୍ୟାତି), ସମ୍ବଳିତଲେଖା (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଶିକ୍ଷା ଆଦାନପ୍ରଦାନ) ଏବଂ ଆନ୍ତର୍ଜାତିକ ଦୃଷ୍ଟିକୋଣ (ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଏବଂ ଗବେଷଣା ସହଯୋଗ) ।

ସୋଆ ସହିତ ଅନ୍ୟ ଭାରତୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଆମିଟି ବିଶ୍ୱବିଦ୍ୟାଳୟ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ଆନ୍ନା ବିଶ୍ୱବିଦ୍ୟାଳୟ, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟ, ବିର୍ଲା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ପିଲାନି, ଦିଲ୍ଳୀ ବୈଷୟିକ ବିଶ୍ୱବିଦ୍ୟାଳୟ, କିଟ ବିଶ୍ୱବିଦ୍ୟାଳୟ, ମନିପାଲ୍ ଏକାଡେମୀ ଅଫ୍ ହାୟର ଏଜୁକେସନ୍, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ମହୀଶୂର ବିଶ୍ୱବିଦ୍ୟାଳୟ, ଶାସ୍ତ୍ର ବିଶ୍ୱବିଦ୍ୟାଳୟ ଏବଂ ଏସ୍ଆର୍ଏମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମଧ୍ୟ ୧୦୦୧ ପ୍ଲସ୍ କ୍ୟାଟେଗୋରୀରେ ସ୍ଥାନ ପାଇଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାକିଂ ଫ୍ରେମ୍ ୱାର୍କ ଦ୍ୱାରା ୨୦୧୯ରେ ସର୍ବଭାରତୀୟ ରାଙ୍କିଂରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୨୪ତମ ସ୍ଥାନରେ ରହିଥିଲାବେଳେ ଏହାର ମେଡିକାଲ୍ ସାଇନ୍ସ ଫ୍ୟାକଲ୍ଟି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨୧ତମ ଏବଂ ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ୩୨ତମ ସ୍ଥାନ ହାସଲ କରିଛି।

“ଆମେ ସବୁ କ୍ଷେତ୍ରରେ ଆହୁରି ଉନ୍ନତି ଭଲ କରିବା ପାଇଁ ଚେଷ୍ଟା ଚଳାଇଛୁ ଏବଂ ଏହି ପ୍ରଚେଷ୍ଟା ଜାରି ରହିବ” କହିଛନ୍ତି ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକ।

Comment