ଓଡ଼ିଶାଲାଇଭ୍‌ ବ୍ୟୁରୋ 

ମେରିକମଙ୍କୁ ମିଳିପାରେ ପଦ୍ମବିଭୂଷଣ ପରୁସ୍କାର। ପଦ୍ମ ଆୱାର୍ଡ ପାଇଁ ୯ଜଣ ମହିଳାଙ୍କ ନାମ ସୁପାରିଶ୍ କରିଛି କ୍ରୀଡ଼ା ମନ୍ତ୍ରାଳୟ।

ଭାରତୀୟ ବକ୍ସର ମେରିକମଙ୍କୁ ମିଳିପାରେ ପଦ୍ମବିଭୁଷଣ ସମ୍ମାନ। ଏନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏକ ତାଲିକା ପଦ୍ମ ଆୱାର୍ଡ କମିଟି ପାଖକୁ ପଠାଯାଇଛି। ଏହି ଲିଷ୍ଟରେ ୯ଜଣ ମହିଳା କ୍ରୀଡ଼ାବିତ୍‌ଙ୍କୁ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରାଯାଇଛି।

୬ ଥର ୱାର୍ଲ୍ଡ ବକ୍ସିଂ ଚାମ୍ପିୟନ ହୋଇଥିବା ଏମ୍‌ ସି ମେରିକମଙ୍କୁ ପଦ୍ମବିଭୁଷଣ ସମ୍ମାନରେ ସମ୍ମାନୀତ କରିବାକୁ ସୁପାରିଶ୍ କରିଛି କ୍ରୀଡ଼ା ମନ୍ତ୍ରାଳୟ। ପୂର୍ବରୁ ୨୦୧୩ରେ ତାଙ୍କୁ ପଦ୍ମଭୂଷଣ ଓ ୨୦୦୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି।

ମେରିକମଙ୍କ ସହ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି ଭି ସିନ୍ଧୁଙ୍କୁ ମଧ୍ୟ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରିବାକୁ ସୁପାରିଶ୍ କରାଯାଇଛି।

ଏହି ଦୁଇ ଖେଳାଳିଙ୍କ ସହ ରେସଲର ବିନେଶ ଫୋଗଟ, ଟେବୁଲ ଟେନିସ୍ ଖେଳାଳି ମୋନିକ ବତ୍ରା, ମହିଳା କ୍ରିକେଟର ହରମନପ୍ରୀତ କୌର୍, ମହିଳା ହକି ଅଧିନାୟିକା ରାନୀ ରାମପାଲ, ପୂର୍ବତନ ଶୁଟର ସୁମା ଶିରୁର୍, ପର୍ବତାରୋହୀ ଦୁଇଭଉଣୀ ତାଶୀ ଓ ନୁଙ୍ଗଶୀ ମାଲିକାଙ୍କ ନାଁକୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରିଛି କ୍ରୀଡ଼ା ମନ୍ତ୍ରାଳୟ।

ଏହି ଖେଳାଳିମାନେ ପଦ୍ମ ପୁରସ୍କାର ପାଇଁ ମନୋନୀତ ହେଲେ ସୋମାନଙ୍କୁ ଆସନ୍ତା ଗଣତନ୍ତ୍ର ଦିବସର ପୂର୍ବଦିନ ଅର୍ଥାତ ୨୫ ଜାନୁଆରୀରେ ସମ୍ମାନିତ କରାଯିବ।

Comment