ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଷୟ କୁମାରଙ୍କ ହିଟ୍‌ ଫିଲ୍ମ ‘ମିଶନ ମଙ୍ଗଳ’ ରିଲିଜ ହେବାର ୪ ସପ୍ତାହ ପରେ ନିଜର ଦବଦବା ଜାରି ରଖିଛି। ଫିଲ୍ମଟି ଦେଶରେ ୨ ଶହ କୋଟି ଆୟ କରିବାରେ ସଫଳ ହୋଇଛି। ୨ ଶହ କୋଟି କ୍ଲବରେ ସାମିଲ ହୋଇଥିବା ଏହା ହେଉଛି ଅକ୍ଷୟଙ୍କ ପ୍ରଥମ ଫିଲ୍ମ।

‘ମିଶନ ମଙ୍ଗଳ’ର ଶାନଦାର ଇନକମ୍‌ ଅକ୍ଷୟ କୁମାରଙ୍କୁ ପୁଣିଥରେ ବକ୍ସ ଅଫିସ୍‌ ଖିଲାଡି ପ୍ରମାଣିତ କରିଛି। ଟ୍ରେଡ ଆନାଲିସିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ମିଶନ ମଙ୍ଗଳ ଅଗଷ୍ଟ ୧୫ରେ ରିଲିଜ ହୋଇଥିଲା। ଏହା ପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ସବୁଠୁ ଅଧିକ ଆୟ କରିଥିବା ସଲମାନଙ୍କ ଫିଲ୍ମ ‘ଏକ ଥା ଟାଇଗର’ ଥିଲା। ସଲମାନ ଓ କ୍ୟାଟ୍ରିନାଙ୍କ ଅଭିନୀତ ଏହି ଫିଲ୍ମ ୧୯୮.୭୮ କୋଟି ଇନକମ୍‌ କରିଥିଲା। ଏହି ରେକର୍ଡକୁ ଅକ୍ଷୟଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ଭାଙ୍ଗିଛି।

ଏହି ଫିଲ୍ମ ମିଶନ ମଙ୍ଗଳର ସତ କାହାଣୀ ଉପରେ ଆଧାରିତ। ଏଥିରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲାନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ଶରମନ ଯୋଶୀ ମୁଖ୍ୟ ଭୂମିକାରେ ଥିଲେ।

Comment