ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଏସ୍‌ବିଆଇ ସର୍ଭିସ୍‌ ଚାର୍ଜ ବଦଳିଲା

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସର୍ଭିସ୍‌ ଚାର୍ଜ ବଦଳିଲା। ଟଙ୍କା ଜମା, ଟଙ୍କା ଉଠାଣ ଓ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ଉପରେ ଆଦାୟ କରାଯାଉଥିବା ସର୍ଭିସ୍‌ ଚାର୍ଜରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ରୁ ସର୍ଭିସ୍‌ ଚାଜର୍ ଲାଗୁ ହେବ।

ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର – ଗଣତନ୍ତ୍ରରେ ଜନତା ହିଁ ପ୍ରଥମ ତେଣୁ ଲୋକଙ୍କ ସମସ୍ୟା ବୁଝ

ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି ବିଧାୟକଙ୍କ ଟ୍ରେନିଂ। ଦୁଇଦିନ ଧରି ହେବାକୁ ଥିବା ଏହି କର୍ମଶାଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି କର୍ମଶାଳାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ସମସ୍ତ ବିଧାୟକଙ୍କୁ ବିଧାନସଭାର ପାଠ ପଢ଼ାଇବେ କେନ୍ଦ୍ରୀୟ ଅଧିକାରୀ।

ଆଜି ପିଓକେରେ ଇମ୍ରାନ କରିବେ ମେଗା ରାଲି

କଶ୍ମୀର ପ୍ରସଙ୍ଗରେ ବିଶ୍ୱ ସମୁଦାୟ ଅଣଦେଖା କରିବା ପରେ ଇମ୍ରାନ ସରକାର ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଏବେ ପୁଣିଥରେ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ର କରିବା ବୋଲି ଅନୁମାନ କରାଯାଉଛି।

ଇମ୍ରାନ ଖୋଲିଲେ ଆତଙ୍କୀ ଗୁମର, ୠଷ ସହ ଯୁଦ୍ଧ କରିବାକୁ ଆତଙ୍କୀଙ୍କୁ ପ୍ରସ୍ତୁତ କରିଥିଲା ପାକ୍‌

ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ନେଇ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଇମ୍ରାନ ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସହିତ ଆତଙ୍କବାଦର ସମ୍ପର୍କ ରହିଛି। ଏଥିପାଇଁ ପରୋକ୍ଷରେ ସେ ଆମେରିକାକୁ ଦାୟୀ କରିଛନ୍ତି।

୪୬ ଛୁଇଁଲେ ‘ପରଦେଶ’ ହିରୋଇନ ମହିମା

ଶାହରୁଖଙ୍କ ‘ପରଦେଶ’ ହିରୋଇନ୍‌ ମହିମା ଚୌଧୁରୀ ଆଜି ୪୬ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୭୩ରେ ଦାର୍ଜଲିଙ୍ଗରେ ଜନ୍ମ ହୋଇଥିବା ମହିମା ଏବେ ଫିଲ୍ମ ଦୁନିଆଁରୁ ଦୂରେଇ ରହିଛନ୍ତି। ୨୦୧୬ରେ ବଙ୍ଗାଲି  ଫିଲ୍ମ ‘ଡାର୍କ ଚକଲେଟ’ରେ ନଜର ଆସିଥିଲେ। ଏବେ ମହିମା ଫିଲ୍ମ ଦୁନିଆଁରୁ ଗାୟବ ହୋଇଥିଲେ ମଧ୍ୟ ଦର୍ଶକଙ୍କ ମନରେ ରହିଛନ୍ତି।

ଓଡ଼ିଶା ଆସିବେ ରାମନାଥ କୋବିନ୍ଦ – ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ସମୀକ୍ଷା ବୈଠକ

ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ କୋବିନ୍ଦ ଆସୁଛନ୍ତି। ଏହା ତାଙ୍କର ଦୁଇ ଦିନିଆ ଗସ୍ତ।

ନୂଆ ଟ୍ରାଫିକ ନିୟମ ମାନିବାକୁ ବାଲୁକା କଳାରେ ସଚେତନ କରାଇଲେ ସୁଦର୍ଶନ ପଟ୍ଟନାୟକ

ନୂଆ ଟ୍ରାଫିକ ନିୟମ ମାନିବାକୁ ସଚେତନ କରାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ଏହି ସଚେତନ ବାର୍ତ୍ତା ଦେଇଛନ୍ତି। ସେ ଏହି ବାଲୁକା କଳାକୁ ତାଙ୍କ ଟୁଇଟରରେ ସେୟାର କରିଛନ୍ତି।

ପଞ୍ଚମ ଆସେସ ଟେଷ୍ଟ – ମିଚେଲ ମାର୍ଶଙ୍କ ଘାତକ ବୋଲିଂ, ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଆସେସ ଟେଷ୍ଟର ଶେଷ ମ୍ୟାଚରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟଛି। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୮୨ ଓଭରରେ ୮ ଓ୍ଵିକେଟ ହରାଇ ୨୭୧ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ମାର୍ଶ ୪ ଓ୍ଵିକେଟ ହାସଲ କରିଛନ୍ତି।

ନୂଆ ଭାରତର ନୂଆ ଚିତ୍ର – ବଦଳିବ ରାଜପଥ, ସଂସଦ ଓ ସଚିବାଳୟର ନକ୍ସା

ମୋଦି ସରକାରଙ୍କ ପକ୍ଷରୁ ନୂଆ ଦିଲ୍ଲୀର ଐତିହାସିକ ରାଜପଥ ଇଲାକାକୁ ନୂଆ ରୂପ ଓ ରଙ୍ଗ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜପଥ ମାର୍ଗ ଏକ ନୂଆ ଢଙ୍ଗରେ ସଜେଇ ହେବ।

କୋଟଲା ହେଲା ଅରୁଣ ଜେଟଲୀ ଷ୍ଟାଡିୟମ

ଦିଲ୍ଲୀସ୍ଥିତ ଫିରୋଜଶାହା କୋଟଲା ଷ୍ଟାଡିୟମର ନାଁ ଗୁରୁବାର ପରିବର୍ତ୍ତନ କରାଯାଇ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯାଇଛି। ଏବେ ଏହା ଅରୁଣ ଜେଟଲୀ ଷ୍ଟାଡିୟମରେ ଜଣାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡର ନାଁ ବିରାଟ କୋହଲି ରଖାଯାଇଛି।

Comment