ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ 

ବହୁ ଦିନ ଅପେକ୍ଷା ପରେ ଭାଇଜାନ ତାଙ୍କ ଫ୍ୟାନମାନଙ୍କ ପାଇଁ ଆଣିଦେଇଛନ୍ତି ଭେଟି। ପୁଣିଥରେ ପରଦାରେ ଚୁଲବୁଲ ପାଣ୍ଡେଙ୍କ ଦମ୍‌ଦାର ଆକ୍ସନ ଦେଖିବେ ଦର୍ଶକ। କାହିଁକି ନାଁ ଖୁବ୍‌ଶୀଘ୍ର ରିଲିଜ ହେବାକୁ ଯାଉଛି ବଲିଉଡ ଭାଇଜାନ ସଲମାନ ଖାନଙ୍କ ‘ଦବଙ୍ଗ-୩’ ଫିଲ୍ମ। ଏବେ ଏହାର ମୋସନ୍ ପୋଷ୍ଟର ରିଲିଜ ହୋଇଯାଇଛି।

‘ଦବଙ୍ଗ-୩’ ଆସନ୍ତା ଡିସେମ୍ବର ୨୦ରେ ରିଲିଜ୍ ହେବ। ତେବେ ବର୍ତ୍ତମାନ ଏହି ଫିଲ୍ମର ପ୍ରଥମ ମୋସନ ପୋଷ୍ଟର ସାମ୍ନାକୁ ଆସିଛି। ‘ଦବଙ୍ଗ ଥ୍ରୀ’ର ଏହି ପୋଷ୍ଟରରେ ଦର୍ଶକ ସଲମାନଙ୍କୁ ତାଙ୍କ ସେହି ପୂର୍ବ ଚୁଲବୁଲ୍ ପାଣ୍ଡେ ଗେଟଅପ୍‌ରେ ଦେଖିବାକୁ ପାଇବେ। ଏହି ମୋସନ ପୋଷ୍ଟର ଏକାଥରକେ ଚାରୋଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ ଓ କନ୍ନଡ ଭାଷାରେ ରିଲିଜ୍ ହୋଇଛି। ଅର୍ଥାତ୍‌ ଏଥର ଭାଇଜାନଙ୍କ ଫିଲ୍ମ ୪ଟି ଭାଷାରେ ରିଲିଜ ହେବାକୁ ଯାଉଛି।

ଦବଙ୍ଗ ଥ୍ରୀର ପୋଷ୍ଟର ରିଲିଜ୍କୁ ନେଇ ସଲମାନ ତାଙ୍କ ଟୁଇଟରରେ ଟୁଇଟ୍ କରିଛନ୍ତି। ଟୁଇଟ୍‌ରେ ସେ ଲେଖିଛନ୍ତି, “ଆ ରାହା ହୁଁ! ଚୁଲବୁଲ ପାଣ୍ଡେ, ଠିକ୍ ୧୦୦ଦିନ ପରେ। ସ୍ୱାଗତ ତୋ କରୋ ହମାରା।” ଏହି ଫିଲ୍ମରେ ଦର୍ଶକ ସଲମାନଙ୍କ ସହ ସାଉଥ୍ ଇଣ୍ଡିଆନ୍ ଆକ୍ଟର ସୁଦୀପ୍ ଓ ସୋନାକ୍ଷା ସିହ୍ନାଙ୍କୁ ଦେଖିବାକୁ ପାଇବେ। ଏହାସହ ଏହି ଫିଲ୍ମରେ ଅରବାଜ ଖାନଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ। ଏହାସହ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା।

ଏହାର ମୋଶନ ପୋଷ୍ଟର ରିଲିଜ୍ ପରେ ୟ୍ୟୁଟୁବରେ ଏହି ଭିଡ଼ିଓକୁ ୧.୬ ମିଲିୟନ ଲୋକ ଦେଖିସାରିଲେଣି। ଏହାସହ ଏହି ଭିଡିଓକୁ ୮୫ ହଜାରରୁ ଅଧିକ ଲୋକ ଲାଇକ୍‌ ମଧ୍ୟ କରିଛନ୍ତି।

Comment