ଓଡ଼ିଶାଲାଇଭ୍ ବ୍ୟୁରୋ

‘ଲୋକଙ୍କ କଥା ଶୁଣ ଏବଂ ସେମାନଙ୍କ ପାଇଁ ଭଲ କାମ କର’ – ଏହି ମର୍ମରେ ସବୁ ଥାନା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-T ସଚିବ ଭି କେ ପାଣ୍ଡିଆନ୍‌।

ଭଲ କାମ କରୁଥିବା ଆଇଆଇସିଙ୍କୁ ପୁରସ୍କାର ସ୍ୱରୂପ ପଦୋନ୍ନତି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅକ୍ଟୋବର-୨ରୁ ‘ମୋ ସରକାର’ ଯୋଜନା ଶୁଭାରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ପ୍ରଥମ ଦଫାରେ ଡାକ୍ତରଖାନା ଏବଂ ଥାନା ଫୋକସ୍‌ରେ ରହିଛି। ଡାକ୍ତରଖାନା ଏବଂ ଥାନାରେ ଲୋକମାନଙ୍କୁ କେତେ ସେବା ମିଳୁଛି ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ସିଧା ଫୋନ୍‌ କରିବେ।

ଏହି ଯୋଜନା ଲାଗୁ ହେବା ପୂର୍ବରୁ ଲୋକସେବା ଭବନରେ ପ୍ରସ୍ତୁତି ବୈଠକ ହୋଇଥିଲା। ରାଜ୍ୟର ୬୩୫ଟି ଥାନାର ଆଇଆଇସି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ 5-T ସଚିବ ପାଣ୍ଡିଆନ୍ ସିଧା କଥା ହୋଇଥିଲେ। ଭଲ କାମ କରିବାକୁ ପରାମର୍ଶ ଦେଇଥିଲେ।

Comment