ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣିଥରେ ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଗୁଳିରେ ପାକିସ୍ତାନ ସେନାର ଦୁଇ ଯବାନ ନିପାତ ହୋଇଛନ୍ତି। ପାକ୍‌ ସେନା ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନ ହେବା ପରେ ଭାରତୀୟ ଯବାନ ଏହାର ଦୃଢ଼ ଜବାବ ଦେଇ ଗୁଳି ବର୍ଷଣ କରି୍ଥିଲେ।  ଏଥିରେ ପାକ୍‌ର ଦୁଇ ଯବାନ ନିହତ ହୋଇଥିଲେ।

କଶ୍ମୀର ସୀମାରେ ଥିବା ହାଜିପୁର ସେକ୍ଟରରେ ଦୁଇ ଜଣ ପାକିସ୍ତାନ ସୈନ୍ୟ ଧଳା ପତାକା ଦେଖାଇ ନିଜ ଯବାନଙ୍କ ମୃତଦେହ ନେଇଛନ୍ତି।  ପାକିସ୍ତାନ ସେନା ଧଳା ପତାକା ଦେଖାଇଥିବାରୁ ଭାରତୀୟ ସେନା ସେମାନଙ୍କ ଉପରକୁ ଗୁଳି ଚଳାଇ ନାହିଁ।

ଗତ ୧୧ ତାରିଖ ଦିନ ଏହି ଘଟଣା ଘଟିଥିଲା ବେଳେ ଶୁକ୍ରବାର ରାତିରେ ପାକ୍‌ ଯବାନ ଏମାନଙ୍କ ମୃତଦେହକୁ ନେଇଛନ୍ତି।

Comment