ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ୨୦୧୯ର ଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥର ଏକ ଗୁମ୍ଫାରେ ଧ୍ୟାନ କରିଥିଲେ। ଏହାକୁ ନେଇ ସାରାଦେଶରେ ଚର୍ଚ୍ଚା ଜୋର ଧରିଥିଲା। ତା’ପରେ କେଦାରନାଥର ଏହି ସ୍ପେଶାଲ ଗୁମ୍ଫା ବିଷୟରେ ସମସ୍ତେ ଜାଣିବାକୁ ପାଇଥିଲେ।

ଏବେ ଏହା ଏତେ ଲୋକପ୍ରିୟତା ହାସଲ କରିଛି ଯେ ଅକ୍ଟୋବର ମାସ ଯାଏ ଗୁମ୍ଫା ହାଉସ୍‌ଫୁଲ ରହିଛି ଅର୍ଥାତ ଅକ୍ଟୋବର ମାସ ଯାଏ ସମସ୍ତ ବୁକିଙ୍ଗ୍‌ ହୋଇଯାଇଛି। କେଦାରନାଥର ଏହି ଗୁମ୍ଫା ଏକ ସ୍ପେଶାଲ ଟ୍ୟୁରିଜିମ୍‌ ପଏଣ୍ଟରେ ପରିଣତ ହୋଇଛି।

ଚଳିତ ବର୍ଷ ମେ ୧୮ରେ ମୋଦୀ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିଲେ। ଏହି ଗସ୍ତରେ ସେ ଏହି ଗୁମ୍ଫାରେ ପାଖାପାଖି ୧୮ ଘଣ୍ଟା ରହି ଧ୍ୟାନ କରିଥିଲେ। ଗୁମ୍ଫାରେ ମୋଦୀଙ୍କ ରହଣି ପରେ ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବଢ଼ିଯାଇଛି। ଗତ ୬୫ ଦିନରେ ଏଠାକୁ ପ୍ରାୟ ୬ ଶ୍ରଦ୍ଧାଳୁ ଆସିଛନ୍ତି।

‘ଗଢ଼ଓ୍ୱାଲ ମଣ୍ଡଳ ବିକାଶ ନିଗମ’ ଅନୁସାରେ ଏହି ଗୁମ୍ଫା ଜରିଆରେ ୯୫ ହଜାର ଟଙ୍କା ଆୟ ହୋଇଛି। ଏଠାରେ କେବଳ ରାତ୍ରି ଯାପନ ପାଇଁ ୧୫୦୦ଟଙ୍କା, ଦିନରେ ରହିବା ପାଇଁ ୯୯୦ ଟଙ୍କା ଦେବାକୁ ପଡ଼ୁଛି।

Comment