ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଦେଶର ସାଂସ୍କୃତିକ, ଧାର୍ମିକ ଓ ରାଜନୈତିକ ଭାବନାକୁ ଯୋଡ଼ିଛି ହିନ୍ଦୀ – ଡକ୍ଟର ଉମାଶଙ୍କର ପାଣ୍ଡେ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ହିନ୍ଦୀ ଦିବସ ପାଳିତ ହୋଇଛି। ଏହି ଅବସରରେ ଅତିଥିଭାବେ ଯୋଗଦେଇ ଶିକ୍ଷାବିତ ଡକ୍ଟର ଉମାଶଙ୍କର ପାଣ୍ଡେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସ୍ୱାଗତ ଭାଷଣ ପ୍ରଦାନ କରି ସହାୟକ ପ୍ରଫେସର ସମ୍ବିତ ପାଲ କହିଛନ୍ତି, “ବିଶ୍ୱର ଯେକୌଣସି କୋଣକୁ ଗଲେ ମଧ୍ୟ ହିନ୍ଦୀ ଜାଣିଥିବା ଲୋକ ଅଛନ୍ତି। ଏହା ହେଉଛି ହିନ୍ଦୀ ଭାଷାର ସ୍ୱତନ୍ତ୍ରତା”।

ଭାରତର ପ୍ରଥମ ଉବର ଡ୍ରାଇଭର ଭାବେ ୫ ଷ୍ଟାର ରେଟିଂ ପାଇଲେ ଓଡ଼ିଆ କିନ୍ନର ରାଣୀ

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ କିନ୍ନର ରାଣୀ। ଦେଶର ପ୍ରଥମ ଡ୍ରାଇଭର ଭାବେ ତାଙ୍କୁ ୫ ଷ୍ଟାର ରେଟିଂ ମିଳିଛି। କିନ୍ନରମାନଙ୍କ ପ୍ରତି ସମାଜର ଆକ୍ଷେପକୁ ସେ ଖାତି ନକରି ନିଜ ପରିଶ୍ରମ ବଳରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କର ଦକ୍ଷ ଗାଡ଼ି ଚାଳନା, ଉତ୍ତମ ବ୍ୟବହାର ଯୋଗୁଁ ତାଙ୍କୁ ଉବର କମ୍ପାନି ତରଫରୁ ସର୍ବଶ୍ରେଷ୍ଠ ଡ୍ରାଇଭର ଭାବେ ୫ ଷ୍ଟାର ରେଟିଂ ମିଳିଛି।

ମାଲକାନଗିରିରେ ପୁଣି ମିଳିଲା ପ୍ଲାଷ୍ଟିକ ଅଣ୍ଡା

ମାଲକାନଗିରିରେ ପୁଣି ସାମ୍ନାକୁ ଆସିଲା ପ୍ଲାଷ୍ଟିକ ଅଣ୍ଡା। ବସ୍‌ଷ୍ଟାଣ୍ଡ ନିକଟସ୍ଥ ଏକ ଦୋକାନରୁ ପ୍ଲାଷ୍ଟିକ୍‌ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଛି।

ଭାରତୀୟ ସେନା ଗୁଳିରେ ଟିଳିଲେ ୨ ପାକ୍‌ ସୈନ୍ୟ, ଧଳା ପତାକା ଦେଖାଇ ନେଲେ ଶବ

ପୁଣିଥରେ ପାକିସ୍ତାନ ସେନାକୁ କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଗୁଳିରେ ପାକିସ୍ତାନ ସେନାର ଦୁଇ ଯବାନ ନିପାତ ହୋଇଛନ୍ତି। ପାକ୍‌ ସେନା ଦ୍ୱାରା ଅସ୍ତ୍ର ବିରତି ଉଲ୍ଲଙ୍ଘନ ହେବା ପରେ ଭାରତୀୟ ଯବାନ ଏହାର ଦୃଢ଼ ଜବାବ ଦେଇ ଗୁଳି ବର୍ଷଣ କରି୍ଥିଲେ।  ଏଥିରେ ପାକ୍‌ର ଦୁଇ ଯବାନ ନିହତ ହୋଇଥିଲେ।

୫ଫିଲ୍ମ – ଆୟୁଷ୍ମାନଙ୍କୁ କରିଛି ଜବ୍‌ରା ହିରୋ

ଅଭିନେତା ଆୟୁଷ୍ମାନଙ୍କ ଆଜି ଜନ୍ମଦିନ। ୧୯୮୪ ଚଣ୍ଡିଗଡ଼ରେ ଜନ୍ମ ହୋଇଥିବା ଏହି ଜବ୍‌ରା ଅଭିନେତା ଆଜି ତାଙ୍କ ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେୂ ଆମେ ଆପଣଙ୍କ କହିବୁ ଆୟୁଷ୍ମାନଙ୍କ ସେହି ଫିଲ୍ମ ବିଷୟରେ ଯେଉଁଥିରେ ତାଙ୍କ ଅଭିନୟ ଚାର୍‌ ଚାନ୍ଦ୍‌ ଲଗାଇଛି।

ଛାଡ଼ପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନସନ୍

ଏଣିକି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲିଥିବାବେଳେ ମହିଳାଙ୍କୁ ମିଳିବ ପେନସନ୍। ବାର୍ଷିକ ୪୦ହଜାରରୁ କମ୍ ଆୟ ଥିବା ମହିଳାମାନଙ୍କର ଯଦି ଛାଡ଼ପତ୍ର ମାମଲା ଚାଲିଥିବ ତେବେ ସେମାନଙ୍କୁ ପେନସନ୍ ଟଙ୍କା ମିଳିବ।

ପୁରୀର ବିକାଶ ପାଇଁ କାହିଁକି ଆଇଏଏସ୍‌ମାନଙ୍କୁ ଭରସା କଲେ ସରକାର?

ପଞ୍ଚମ ପାଳିରେ ଶାସକ ବିଜୁ ଜନତା ଦଳ ପୁରୀକୁ ଯେମିତି ଫୋକସ୍‌ କରୁଛି ତାହା ପୂର୍ବ ପାଳିରେ କେବେ ଦେଖିବାକୁ ମିଳି ନଥିଲା। ପୂର୍ବ ପାଳିରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଠିକ୍‌ ସମୟରେ ଅବଢ଼ା ନବାହାରିବା, ଦାରୁ ଚିହ୍ନଟରେ ଅନିୟମିତତା, ବ୍ରହ୍ମ ପରିବର୍ତ୍ତନରେ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପୁରୀ ଚର୍ଚ୍ଚାରେ ରହିଥିଲା। ଏହାସହ ଶାସକ ଦଳକୁ ମଧ୍ୟ ଅଡୁଆରେ ପକାଇଥିଲା।

ଜମିବ କଟକ ଦଶହରା – ସୁନା, ଚାନ୍ଦି ମେଢ଼ ସାଙ୍ଗକୁ ଆକର୍ଷଣୀୟ ତୋରଣ

ସୁନା, ଚାନ୍ଦିର ଚମକ ସାଙ୍ଗକୁ କଟକ ଦୁର୍ଗାପୂଜାରେ ଆକର୍ଷଣ ସାଜିଥାଏ ସୁଉଚ୍ଚ ତୋରଣ। ପ୍ରତିବର୍ଷ ତୋରଣରେ କଟକର ବିଭିନ୍ନ ପୂଜା କମିଟି ନିଜସ୍ୱ ସ୍ୱତନ୍ତ୍ରତା ଦେଖାଇଥାନ୍ତି। ଚଳିତବର୍ଷ ମଧ୍ୟ ଏଭଳି କିଛି ଆଖି ଝଲସାଇଲା ଭଳି ତୋରଣ କଟକ ଦଶହରାରେ ଦେଖିବାକୁ ମିଳିବ।

ଲଞ୍ଚ ହେବା ପୂର୍ବରୁ ସାମ୍ନାକୁ ଆସିଲା Vivo V17 Proର ଫିଚର

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ। ଯାହାର ନାଁ ରହିଛି ‘ଭିଭୋ ଭି୧୭ ପ୍ରୋ’। ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଏହାକୁ ଭାରତରେ ଲଞ୍ଚ କରାଯିବ। ତେବେ ଲଞ୍ଚ ହେବା ପୂର୍ବରୁ ଏହି ସ୍ମାର୍ଟଫୋନର କିଛି ଫିଚର ସାମ୍ନାକୁ ଆସିଛି।

ଜାଣନ୍ତୁ, କିଏ ଫିରୋଜ ଶାହା? ଯାହାଙ୍କ ନାମରେ ଥିଲା ଫିରୋଜ ଶାହା କୋଟଲା ଷ୍ଟାଡିୟମ

ଦିଲ୍ଲୀସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାଁ ପରିବର୍ତ୍ତନ କରାଯାଇ ଅରୁଣ ଜେଟଲୀ ଷ୍ଟାଡିୟମ ରଖାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘ ଏହି ନିଷ୍ପତ୍ତି ନେଇଥିଲେ।

୨୮ ବର୍ଷ ପରେ ୨୦୦ କୋଟି କ୍ଲବରେ ଏଣ୍ଟ୍ରି ମାରିଲା ଅକ୍ଷୟଙ୍କ ଫିଲ୍ମ

ଖିଲାଡି କୁମାର ଅକ୍ଷୟଙ୍କ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ବଲିଉଡରେ ଦେଶରେ ସବୁଠୁ ଅଧିକ ଇନକମ୍‌ ଟ୍ୟାକ୍ସ ଦେଉଥିବା ଷ୍ଟାର ଅକ୍ଷୟ ଯେଉଁଦିନକୁ ଅପେକ୍ଷା କରିଥିଲେ ସେହିଦିନ ଆସିଛି। ତାଙ୍କ ଫିଲ୍ମ ‘ମିଶନ ମଙ୍ଗଳ’ ୨୦୦ କୋଟି କ୍ଲବରେ ସାମିଲ ହୋଇଛି।

ବାଲେଶ୍ୱର ଦଶହରା: ସାଂସ୍କୃତିକ ମହାମିଳନର କଥା କହେ

ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି ପୂଜା କରୁଥିଲେ। ଏହା ବୋଧହୁଏ ୧୭୦୦ ମସିହା ପୂର୍ବର କଥା।

ଏବେ ପେଟିଏମରେ ଦେଇ ପାରିବେ ଟ୍ରାଫିକ ଚାଲାଣ

ସଂଶୋଧିତ ଟ୍ରାଫିକ ନିୟମ ଦେଶରେ ଲାଗୁ ହେବା ପରେ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କ ଉପରେ ଭୀଷଣ ଜୋରିମାନା ଲଗା ଯାଉଛି। ଗାଡ଼ି ଚଲାଇବା ବେଳେ କେଉଁଠି କେମିତି ଅଜାଣତରେ ଭୁଲ ହୋଇଯାଇ ପାରେ ଓ ସେଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡିପାରେ। ଏମିତି ବି ସମ୍ଭବ ଯେ ଚାଲାଣ କଟିବା ବେଳେ ଆପଣଙ୍କ ପାଖରେ ପଇସା ନଥାଇ ପାରେ। ସେହି ପରିସ୍ଥିତିରେ ଆପଣ ପେଟିଏମରେ ବି ଜରିମାନା ଗଣି ପାରିବେ।

ଡିଏଲ୍ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଖୋଲିବ ଆଉ ୫ କାଉଣ୍ଟର

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓ ଅଫିସ୍‌ରେ ଲୋକଙ୍କ ଭିଡ଼ ଲାଗୁଛି। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ଅଧିକ ସେଣ୍ଟର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଅଧିକ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ କାଉଣ୍ଟର ଖୋଲାଯିବ ବୋଲି ପରିବହନ ବିଭାଗ ସଚିବ ଜି ଶ୍ରୀନିବାସନ କହିଛନ୍ତି।

ଏସ୍‌ବିଆଇ ସର୍ଭିସ୍‌ ଚାର୍ଜ ବଦଳିଲା

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ସର୍ଭିସ୍‌ ଚାର୍ଜ ବଦଳିଲା। ଟଙ୍କା ଜମା, ଟଙ୍କା ଉଠାଣ ଓ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ଉପରେ ଆଦାୟ କରାଯାଉଥିବା ସର୍ଭିସ୍‌ ଚାର୍ଜରେ ପରିବର୍ତ୍ତନ କରାଯାଇଛି। ଅକ୍ଟୋବର ୧ରୁ ସର୍ଭିସ୍‌ ଚାଜର୍ ଲାଗୁ ହେବ।

Comment