ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଗତ ଅଗଷ୍ଟ ୨୯ରେ ଚୀନରେ ଲଞ୍ଚ କରିଥିଲା ରେଡ୍‌ମି ନୋଟ୍‌ ୮ ଏବଂ ନୋଟ୍‌ ୮ ପ୍ରୋ ସ୍ମାର୍ଟଫୋନ। ଏହାପରଠୁ ଭାରତରେ ‘ରେଡ୍‌ମି ନୋଟ୍‌ ୮ପ୍ରୋ’ ସ୍ମାର୍ଟଫୋନର ଲଞ୍ଚ୍‌କୁ ନେଇ ବଢ଼ିଚାଲିଛି ଉତ୍କଣ୍ଠା। ତେବେ ଖୁବ୍‌ଶୀଘ୍ର ଏହି ସ୍ମାର୍ଟଫୋନ ଭାରତରେ ଲଞ୍ଚ କରାଯିବ ବୋଲି ଶୁଣିବାକୁ ମିଳିଛି।

ଏହି ସ୍ମାର୍ଟଫୋନର ଭାରତରେ ପଞ୍ଜୀକରଣ ଏବଂ ଟେଷ୍ଟିଂ ପାଇଁ କମ୍ପାନିକୁ ଆଉ ୮ ମାସ ସମୟ ଲାଗିବ। ଏପର୍ଯ୍ୟନ୍ତ କମ୍ପାନି ପକ୍ଷରୁ କୌଣସି ଲଞ୍ଚ୍‌ ତାରିଖ ଡେଟ୍‌ ସ୍ଥିର ହୋଇନାହିଁ। ତେବେ ଆସନ୍ତା ଅକ୍ଟେବାର ମାସ ଶେଷ ସୁଦ୍ଧା ଭାରତରେ ‘ରେଡ୍‌ମି ନୋଟ୍‌ ୮ପ୍ରୋ’ ସ୍ମାର୍ଟଫୋନ ଲଞ୍ଚ କରାଯାଇପାରେ ବୋଲି କୁହାଯାଉଛି।

ସବୁଠାରୁ ବଡ଼ କଥା ହେଲା, ସାଓମୀ କମ୍ପାନି ‘ରେଡ୍‌ମି ନୋଟ୍‌ ୮ପ୍ରୋ’ ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ ପ୍ରୋସେସର ଦିଆଯାଇନାହିଁ। ଏହା ବଦଳରେ କମ୍ପାନି ଏହି ସ୍ମାର୍ଟଫୋନରେ ମିଡିଆଟେକ୍‌ ପ୍ରୋସେସର ବ୍ୟବହାର କରିଛି। ତେବେ ସୂଚନାଯୋଗ୍ୟ, ‘ନୋଟ୍‌ ୮ପ୍ରୋ’ରେ ପ୍ରଥମଥର ପାଇଁ ମିଡିଆଟେକ୍‌ ହେଲିଓ ଜି୯୦ଟି ପ୍ରୋସେସର ଦିଆ ଯାଇଛି। ତେବେ ଆଶା କରାଯାଉଛି ଯେ, ଭାରତରେ ମଧ୍ୟ ଏହି ପ୍ରୋସେସର ସହ ‘ନୋଟ୍‌ ୮ପ୍ରୋ’ ଲଞ୍ଚ କରାଯିବ।

ତିନୋଟି ଭାରିଏଣ୍ଟରେ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରାଯିବ। ପ୍ରଥମ ଭାରିଏଣ୍ଟ (୪ଜିବି+୬୪ଜିବି)ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୧୪ ହଜାର ଟଙ୍କା ରହିପାରେ। ସେହିପରି (୬ଜିବି+୬୪ଜିବି)କୁ ୧୬ ହଜାର ଟଙ୍କା ଏବଂ (୬ଜିବି+୧୨୮ଜିବି)କୁ ୧୮ ହଜାର ଟଙ୍କା ରହିପାରେ। ଚୀନରେ ଲଞ୍ଚ ହୋଇଥିବା ସ୍ମାର୍ଟଫୋନର ମୂଲ୍ୟକୁ ତୁଳନା କରି ଏହାର ଦାମ୍‌ ଶୁଣିବାକୁ ମିଳୁଛି।

ସ୍ପେସିଫିକେସନ

  • ୬.୫୩ ଫୁଲ ଏଚ୍‌ଡି ଡିସପ୍ଲେ
  • ଥ୍ରୀଡି କ୍ୱାଡ ଗ୍ଲାସ୍‌ ଡିସପ୍ଲେ
  • ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୪ଟି ରିୟର କ୍ୟାମେରା (୬୪ ମେଗାପିକ୍ସେଲ ପ୍ରାଇମେରୀ)
  • ଫାଷ୍ଟ ଗେମିଂ ପାଇଁ ମିଡିଆଟେକ୍‌ ହେଲିଓ ଜି୯୦ଟି ପ୍ରୋସେସର

Comment