ଓଡ଼ିଶାଲାଇଭ ବ୍ୟୁରୋ

୬୦ ବର୍ଷରେ ପାଦ ଥାପିଛି ଦୁରଦର୍ଶନ। ଭାରତରେ ଟିଭି ବିଳମ୍ଵରେ ଆସିଥିଲେ ମଧ୍ୟ ଦୁରଦର୍ଶନ ତା’ର ୬୦ ବର୍ଷର ଯାତ୍ରାରେ ଲୋକଙ୍କ ମନରେ ସ୍ମୃତି ହୋଇ ରହିଯାଇଛି। ଏହା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ, ମେଗା ଧାରାବାହିକ ଓ ଶିକ୍ଷାଗତ କାର୍ଯ୍ୟକ୍ରମରେ ଲୋକଙ୍କୁ ଆକର୍ଷିତ କରିଥିଲା।


ଆଜି ଅର୍ଥାତ ୧୫ ସେପ୍ଟେମ୍ଵର ୨୦୧୯ରେ ଦୁରଦର୍ଶନ ୬୦ବର୍ଷରେ ପାଦ ଥାପିଛି। ୧୯୫୯ ମସିହା ସେପ୍ଟେମ୍ଵର ୧୫ ତାରିଖରେ ଦୁରଦର୍ଶନର ପ୍ରସାରଣ ଆରମ୍ଭ ହୋଇଥିଲା। ଏହି ଅବସରରେ ଦୁରଦର୍ଶନ ପକ୍ଷରୁ ୬୦ ବର୍ଷର ସ୍ମୃତି ଶେୟାର କରାଯାଇଛି।

୯୦ ଦଶନ୍ଧିରେ ବଢ଼ିଥିବା ପିଲାଙ୍କ ପାଇଁ ଦୁରଦର୍ଶନ ଥିଲା ମନୋରଞ୍ଜନର ମାଧ୍ୟମ। ସେ ସମୟର ପିଲା ସିଧାସଳଖ ଦୁରଦର୍ଶନ ସହ ଜଡ଼ିତ ଥିଲେ। ସେତେବେଳେ ପ୍ରସାରିତ ହେଉଥିବା ଧାରାବାହିକ ଶକ୍ତିମାନ, ଜୁନିୟର ଜି ଅନେକ ପିଲାଙ୍କ ପ୍ରିୟ ଥିଲା। ସେଥିପାଇଁ ଦୁରଦର୍ଶନ କଥା ଆସିଲେ ସାମ୍ନାକୁ ଅନେକ ସ୍ମୃତି ଚାଲିଆସେ।

ଏହା ବ୍ୟତୀତ ମହାଭାରତ, ବୁନିୟାଦ, ବୋମେକେଶ ବକ୍ସି, ମାଲଗୁଡି ଡେ, ଅଲିଫ ଲୈଲା ପରି ସିରିଅଲ ଦୁରଦର୍ଶନର ଗରିମାକୁ ବୃଦ୍ଧି କରିଛି। ଖେଳଠାରୁ ଆରମ୍ଭ କରି ମନୋରଞ୍ଜନ କ୍ଷେତ୍ରରେ ଦୁରଦର୍ଶନ ଅନେକ ଅଭୁଲା ସ୍ମୃତିର ଛାପ ଛାଡ଼ିଦେଇଛି।

Comment