ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ପାକିସ୍ତାନ ୨୦୫୦ରୁ ଅଧିକ ଥର ସୀମାରେ ଅତ୍ସବିରତି ଉଲଙ୍ଘନ କରିଛି। ଯାହା ଫଳରେ କି ପ୍ରାୟ ୨୧ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ରିପୋର୍ଟ ଆସିବା ପରେ ବର୍ତ୍ତମାନ ଚର୍ଚ୍ଚା ବିଷୟ ପାଲଟିଯାଇଛି। ଏହି ରିପୋର୍ଟ ପାକିସ୍ତାନକୁ ଦିଆଯାଇଥିବା ସୂଚନା ମିଳିଛି।

ପାକିସ୍ତାନ ସେନା ସୀମାରେ ସବୁବେଳେ ଭାରତୀୟଙ୍କୁ ଟାର୍ଗେଟ୍‌ କରୁଛନ୍ତି। ତେବେ ଭାରତ ମଧ୍ୟ ସେନାକୁ କଡ଼ା ଜବାବ ଦେଉଥିବା ସୂଚନା ମିଳୁଛି। ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ପାକିସ୍ତାନ ଏହାକୁ ବିଫଳ କରୁଥିବା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

୨୦୦୩ର ସଂଘର୍ଷ ବିରାମକୁ ପାଳନ କରିବାକୁ ଭାରତ ପକ୍ଷରୁ ପାକିସ୍ତାନକୁ ଅନେକ ଥର କୁହାଯାଇଛି। ତେବେ ଏହାକୁ କର୍ଣ୍ଣପାତ ନକରି ପାକିସ୍ତାନ ସୀମାରେ ଅତ୍ସବିରତି ଉଲଙ୍ଘନ କରୁଛି। ଚଳିତବର୍ଷ ପାକ୍‌ ଗୁଳିରେ ଭାରତର ୨୧ଜଣ ଲୋକଙ୍କ ଜୀବନ ଯାଇଛି।

Comment