ଓଡ଼ିଶାଲାଇଭ ବ୍ୟୁରୋ

ବିଶ୍ଵକପରେ ସ୍ଥାନ ନମିଳିବାରୁ ଅବସର ଘୋଷଣା ଓ ପରେ ପୁଣି ନିଷ୍ପତ୍ତି ବଦଳାଇ ଫେରିବା ପରେ ଅମ୍ଵାତି ରାୟୁଡୁଙ୍କୁ ନୂଆ ଦାୟିତ୍ଵ ମିଳିଛି। ତାଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ହାଇଦ୍ରାବାଦ ଦଳର ଅଧିନାୟକ ଭାବେ ନିଯୁକ୍ତି କରାଯାଇଛି।

ବିଶ୍ଵକପରେ ୪ର୍ଥ ସ୍ଥାନ ପାଇଁ ରାୟୁଡୁ ପ୍ରବଳ ଦାବିଦାର ଥିଲେ। ତାଙ୍କୁ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ରଖାଯାଇଥିଲା। ହେଲେ ବିଜୟ ଶଙ୍କର ଓ ଶିଖର ଧଓ୍ଵନ ଆହତ ହେବାପରେ ରାୟୁଡୁଙ୍କୁ ବାଦ ଦିଆଯାଇ ମୟଙ୍କ ଅଗ୍ରଓ୍ଵାଲ ଓ ରିଶବ ପନ୍ତଙ୍କୁ ଡକାଯାଇଥିଲା। ଏଥିରେ ରାଗି ଯାଇ ରାୟୁଡୁ ଅବସର ଘୋଷଣା କରିଥିଲେ।

ତେବେ ଅବସର ପରେ ସେ ଆର୍ୟଲାଣ୍ଡ ପକ୍ଷରୁ ଖେଳିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଭିଭିଏସ ଲକ୍ଷ୍ମଣ, ହାଇଦ୍ରାବାଦ ଟିମ୍‌ର ଚୟନ କର୍ତ୍ତା ଓ ଚେନ୍ନାଇ ସୁପର କିଙ୍ଗ ଟିମ୍‌ର କର୍ମକର୍ତ୍ତାମାନେ ବୁଝାଇବା ପରେ ସେ ନିଷ୍ପତ୍ତି ବଦଳାଇ ପୁଣି ଖେଳିବାକୁ ମନବଳାଇଥିଲେ।

Comment