ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହେଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ୍। ତିନିମ୍ୟାଚ୍ ବିଶିଷ୍ଟ ଏହି ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦୁଇଦଳ। ରବିବାର ହିମାଚଳ ପ୍ରଦେଶର ଧର୍ମଶାଳାରେ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ଏହି ମ୍ୟାଚ୍ ଖେଳାଯିବ।

ରବିବାରଠାରୁ ଆରମ୍ଭ ହେଉଥିବା ଏହି ସିରିଜରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ସହ ଘରୋଇ ଟିମ୍‌ ଇଣ୍ଡିଆ ଏହି ସିରିଜ୍ ଖେଳିବ।

ତେବେ ଧର୍ମଶାଳାରେ ଆଜି ବର୍ଷାହେବାର ଅନୁମାନ କରାଯାଉଛି। ସେଥିପାଇଁ ଦୁଇ ଦଳ ପାଇଁ ଚିନ୍ତାର କାରଣ ପାଲଟିପାରେ ଏହି ବର୍ଷା। ତେବେ ଟସ୍‌ ଜିତି ଦୁଇଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବେ।

ଦୁଇଦଳ ମଜବୁତ। ଭାରତୀୟ କ୍ରିକେଟ ଦଳରେ ଚୂଡ଼ାନ୍ତ ଏକାଦଶ ଚୟନ ନିଶ୍ଚିତ ପକ୍ଷେ ଅଧିନାୟକ କୋହଲିଙ୍କ ପାଇଁ କଷ୍ଟକର ହୋଇପାରେ। ଓପନର୍ ଭାବେ ରୋହିତ ଶର୍ମା ଓ ଶିଖର ଧାୱନ୍ ଦଳରେ ନିଜର ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ।

ମିଡିଲ୍‌ ଅର୍ଡରରେ ଅଧିନାୟକ ବିରାଟ କୋହଲି, ଶ୍ରେୟସ୍ ଆୟର, ରିଷଭ ପନ୍ଥ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂର ଭାର ସମ୍ଭାଳିବେ। ଅନ୍ୟପଟେ ସ୍ପିନ୍ ଅଲରାଉଣ୍ଡର ଭାବରେ ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ଦଳରେ ସ୍ଥାନ ପାଇପାରନ୍ତି। ଏଥିସହ ପେସ୍ ବୋଲିଂ ବିଭାଗରେ ଦଳର ଦାୟିତ୍ୱ ନେବେ ଦୀପକ୍ ଚହର,ଖଲୀଲ ଅହମ୍ମଦ ଓ ନବଦୀପ ସାଇନି।

ସେହିଭଳି ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ମଧ୍ୟ ଏକ ଦୃଢ଼ ଶକ୍ତିଶାଳୀ ଦଳ ସହ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ଡି କକ୍ ଙ୍କ ସହ ଦଳର ବ୍ୟାଟିଂ ଭାର ସମ୍ଭାଳିବେ ଡେଭିଡ୍ ମିଲର ଓ ତେମ୍ବା ବାମ୍ବୁମା। ଅନ୍ୟପଟେ ଅଲରାଉଣ୍ଡର ଭାବରେ ଦଳରେ ସ୍ଥାନ ପାଇପାରନ୍ତି ଜର୍ଜ ଲିଣ୍ଡେ ଓ ଏଡ୍ରିଲ ଫେଲୁକବାୟୋ। ବୋଲିଂ ବିଭାଗରେ ଦୃତ ବୋଲର କାଗିସୋ ରାବାଡ଼ା, ବ୍ୟୁରେନ୍ ହେନଡ୍ରିକ୍ସ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ।

Comment