ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ମା’ମାନେ ଘରେ ବସି ମା’ କ୍ଷୀର ଦାନ କରିପାରିବେ। ଭୋପାଳର ଜେସି ହସ୍ପିଟାଲରେ ଆରମ୍ଭ ହୋଇଛି ‘ମଦର ମିଲ୍କ ବ୍ୟାଙ୍କ୍’ ନାମକ ଏକ ଫ୍ରେସ୍ ମିଲ୍କ ଷ୍ଟୋରେଜ୍। ଏଠାରେ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ୬ ମାସ ଯାଏଁ ମା’ କ୍ଷୀରକୁ ସୁରକ୍ଷିତ ଭାବେ ସଂରକ୍ଷିତ କରାଯାଇପାରିବ। ମହିଳାମାନେ ଚାହିଁଲେ ସିଧାସଳଖ ଏହି ମିଲ୍କ୍ ବ୍ୟାଙ୍କକୁ ଆସି କ୍ଷୀର ଦାନ କରିପାରିବେ।

ଏହି ବ୍ୟାଙ୍କରେ ମହିଳା ଭଲିଣ୍ଟିଅର୍ ମାନଙ୍କୁ ରଖାଯିବ। ଏହି ଭଲିଣ୍ଟିଅର୍ ମାନେ ମହିଳାଙ୍କ ଘରକୁ ଯାଇ ମା’ କ୍ଷୀର ସଂଗ୍ରହ କରିବେ। ଏହା ପୂର୍ବରୁ ମହିଳାମାନଙ୍କୁ କାଉସିଲିଙ୍ଗ୍ କରାଯିବ ଏବଂ ଏହାର ଉପକାରିତା ସମ୍ପର୍କରେ ସମସ୍ତ ସୂଚନା ଦିଆଯିବ।

ମା’ କ୍ଷୀରରେ ଅନ୍ ସେଚୁରେଟେଡ୍ ଫେଟି ଏସିଡ୍ ରହିଛି, ଯାହା ନବଜାତର ମସ୍ତିଷ୍କ ବିକାଶ ପାଇଁ ଲାଭପ୍ରଦ। ଏହା ନବଜାତ ଶିଶୁ ପାଇଁ ଏଣ୍ଟିବାୟାଟିକ୍ ଭଳି କାମ କରେ। ନବଜାତ ଶିଶୁ ପାଇଁ ମା’ କ୍ଷୀର ଖୁବ୍ ଜରୁରୀ।

ହସପିଟାଲର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମା’ ନଥିବା ନବଜାତ ଶିଶୁଙ୍କ ପାଇଁ ଏହି ମିଲ୍କ୍‌ ବ୍ୟାଙ୍କ ବିଶେଷ ଭାବେ ସହାୟକ ହେବ। ସେହିପରି ଦୁର୍ବଳ ଶିଶୁ ଯେଉଁମାନେ ମା’ କ୍ଷୀର ପିଇବା ସ୍ଥିତିରେ ନଥାନ୍ତି ସୋମନେ ମିଲ୍କ୍‌ ବ୍ୟାଙ୍କରୁ ମା’ କ୍ଷୀର ପାଇପାରିବେ।

Comment