ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ସ୍କୁଲ ଯାଇପାରିବନି ଜଗା – ହେବ ଖପୁରୀ ପ୍ରତ୍ୟାରୋପଣ

ସ୍କୁଲ ଯାଇପାରିବନି ଜଗା। ତା’ ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବ। ଏନେଇ ରାଜ୍ୟ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଫେରିବା ପରେ ଦୁଇଭାଇ ଜଗା-କାଳିଆଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ରଖାଯାଇଛି। ରବିବାର ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ଜଗା-କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି।

‘ଦୁରଦର୍ଶନ’କୁ ହେଲା ୬୦ ବର୍ଷ – ଏବେବି ମନେ ଅଛି ‘ଶକ୍ତିମାନ’

୬୦ ବର୍ଷରେ ପାଦ ଥାପିଛି ଦୁରଦର୍ଶନ। ଭାରତରେ ଟିଭି ବିଳମ୍ଵରେ ଆସିଥିଲେ ମଧ୍ୟ ଦୁରଦର୍ଶନ ତା’ର ୬୦ ବର୍ଷର ଯାତ୍ରାରେ ଲୋକଙ୍କ ମନରେ ସ୍ମୃତି ହୋଇ ରହିଯାଇଛି। ଏହା ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ, ମେଗା ଧାରାବାହିକ ଓ ଶିକ୍ଷାଗତ କାର୍ଯ୍ୟକ୍ରମରେ ଲୋକଙ୍କୁ ଆକର୍ଷିତ କରିଥିଲା।

କଣ୍ଟାବାଞ୍ଝିରେ ବାଇକ ଚାଳକଙ୍କୁ ୨୨ହଜାର ୫୦୦ଟଙ୍କା ଫାଇନ

ନୂଆ ମୋଟର ଯାନ ଆଇନକୁ ୩ମାସ ପାଇଁ କୋହଳ କରାଯାଇଥିବା ବେଳେ ଆଜି ପୁଣି ଏହାର ଶିକାର ହୋଇଛନ୍ତି ଜଣେ ବାଇକ ଚାଳକ। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଅଞ୍ଚଳରେ ଜଣେ ବାଇକ ଚାଳକଙ୍କ ନାଁରେ କଟିଛି ୨୨ ହଜାର  ୫୦୦ ଟଙ୍କାର ଫାଇନ।

କେଏସ୍ଓଏମ୍ ପକ୍ଷରୁ ମାର୍କେଟିଙ୍ଗ୍ କନ୍‌କ୍ଲେଭ

କିଟ୍ ବିଶ୍ୱବିଦ୍ୟାଳୟର କିଟ୍ ସ୍କୁଲ ଅଫ୍ ରୁରାଲ ମ୍ୟାନେଜମେଣ୍ଟ(କେଏସ୍ଓଏମ୍) ପକ୍ଷରୁ ଶନିବାର ଦଶମ ମାର୍କଟେଙ୍ଗ୍ କନକ୍ଲେଭ୍ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେଏସ୍ଓଏମର ନିର୍ଦ୍ଦେଶକ ପ୍ରଫେସର ଅନିଲ୍ ଭାଜପେୟୀ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।

ଚଳିତ ବର୍ଷ ୨୦୫୦ଥର ଅତ୍ସବିରତି ଉଲଙ୍ଘନ କରିଛି ପାକିସ୍ତାନ, ୨୧ ଭାରତୀୟଙ୍କ ମୃତ୍ୟୁ

ଚଳିତ ବର୍ଷ ପାକିସ୍ତାନ ୨୦୫୦ରୁ ଅଧିକ ଥର ସୀମାରେ ଅତ୍ସବିରତି ଉଲଙ୍ଘନ କରିଛି। ଯାହା ଫଳରେ କି ପ୍ରାୟ ୨୧ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ରିପୋର୍ଟ ଆସିବା ପରେ ବର୍ତ୍ତମାନ ଚର୍ଚ୍ଚା ବିଷୟ ପାଲଟିଯାଇଛି। ଏହି ରିପୋର୍ଟ ପାକିସ୍ତାନକୁ ଦିଆଯାଇଥିବା ସୂଚନା ମିଳିଛି।

ସେପ୍ଟେମ୍ବର ୧୮ରେ ଏଚଆରଏଓ ପକ୍ଷରୁ ହେବାକୁ ଯାଉଛି ଚତୁର୍ଥ ‘ଓଡ଼ିଶା ଟୁରିଜମ କନକ୍ଲେଭ’

ଓଡ଼ିଶାର ପର୍ଯ୍ୟଟନର ବିକାଶକୁ ଆଗେଇ ନେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ ‘ଓଡ଼ିଶା ଟୁରିଜମ କନକ୍ଲେଭ’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଏହି ଓଡ଼ିଶା ଟୁରିଜିମ କନକ୍ଲେଭ୍‌କୁ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଆନ୍ଧ୍ରପ୍ରଦେଶ: ବୁଡ଼ିଲା ମୋଟର ଲଞ୍ଚ, ୨୩ ଜଣ ନିଖୋଜ

ଆନ୍ଧ୍ର ପ୍ରଦେଶ ଗୋଦାବରୀ ନଦୀରେ ଏକ ମୋଟର ଲଞ୍ଚ ବୁଡ଼ିଯାଇଛି। ଏଥିରେ ୨୩ ଜଣ ନିଖୋଜ ହୋଇଯାଇଛନ୍ତି। ମୋଟର ଲଞ୍ଚରେ ୧୧ଜଣ କର୍ମଚାରୀଙ୍କ ସମେତ ୫୦ ଜଣ ଯାତ୍ରୀ ଥିଲେ। ୨୭ ଜଣଙ୍କ ଉଦ୍ଧାର ହୋଇଥିବା ବେଳେ ଏବେବି ୨୩ଜଣ ନିଖୋଜ ଅଛନ୍ତି।

ୟୁ ଟର୍ଣ୍ଣ ପରେ ଅମ୍ଵାତି ରାୟୁଡୁଙ୍କୁ ମିଳିଲା ଦାୟିତ୍ଵ, ହେଲେ ହାଇଦ୍ରାବାଦର ଅଧିନାୟକ

ବିଶ୍ଵକପରେ ସ୍ଥାନ ନମିଳିବାରୁ ଅବସର ଘୋଷଣା ଓ ପରେ ପୁଣି ନିଷ୍ପତ୍ତି ବଦଳାଇ ଫେରିବା ପରେ ଅମ୍ଵାତି ରାୟୁଡୁଙ୍କୁ ନୂଆ ଦାୟିତ୍ଵ ମିଳିଛି। ତାଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ହାଇଦ୍ରାବାଦ ଦଳର ଅଧିନାୟକ ଭାବେ ନିଯୁକ୍ତି କରାଯାଇଛି।

ଶେଷରେ ଇମ୍ରାନ ମାନିଲେ, ଯୁଦ୍ଧ ହେଲେ ପାକିସ୍ତାନ ହାରିଯିବ

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତ ସମ୍ପର୍କକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବଡ଼ ବୟାନ ଦେଇଛନ୍ତି। ଇମ୍ରାନ ଖାନ୍‌ ମାନିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ପାକିସ୍ତାନ ହାରିଯିବ। ହେଲେ ତଥାପି ମୁହଁ ଟାଣ କରି ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ଇମ୍ରାନ ଖାନ୍‌। ବିଦେଶୀ ଗଣମାଧ୍ୟମକୁ ସାକ୍ଷତକାର ଦେଇ ଇମ୍ରାନ ଏହା କହିଛନ୍ତି।

ଝାରସୁଗୁଡ଼ା – ଭୁଶୁଡୁଛି ଉଡ଼ାଜାହାଜ ପଡ଼ିଆ ପ୍ରାଥମିକ ବିଦ୍ୟାଳୟର ଛାତ, ବାରଣ୍ଡାରେ ପଢୁଛନ୍ତି ପିଲା

ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରାରେ ପିଲାଙ୍କୁ ସ୍କୁଲ ଆସିବା ପାଇଁ କହୁଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ସହ ଅନ୍ୟାନ୍ୟ ପାଠ ପଢିବା ପାଇଁ ସମସ୍ତ ଉପକରଣ ଯୋଗାଇ ଦେଉଛନ୍ତି। କିନ୍ତୁ ବିଦ୍ୟାଳୟର ଅବସ୍ଥା ସଙ୍ଗୀନ ହୋଇ ଛାତ ଭୁଷୁଡୁଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ପଡୁନି। ବାରମ୍ବାର ଅଭିଯୋଗ ସତ୍ତ୍ଵେ ବିଦ୍ୟାଳୟର ମରାମତି ହେଉ ନାହିଁ। ଶ୍ରେଣୀ ଗୃହର ଛାତ ଭୁଶୁଡୁ ଥିବାରୁ ଛାତ୍ରଛାତ୍ରୀ ବାରଣ୍ଡାରେ ପଢିବାକୁ ବାଧ୍ୟ ହେଉଛନ୍ତି।

ମଦର ମିଲ୍କ ବ୍ୟାଙ୍କ : ୬ ମାସ ଯାଏଁ ସଂରକ୍ଷିତ କରିହେବ ମା’ କ୍ଷୀର

ଏବେ ମା’ମାନେ ଘରେ ବସି ମା’ କ୍ଷୀର ଦାନ କରିପାରିବେ। ଭୋପାଳର ଜେସି ହସ୍ପିଟାଲରେ ଆରମ୍ଭ ହୋଇଛି ‘ମଦର ମିଲ୍କ ବ୍ୟାଙ୍କ୍’ ନାମକ ଏକ ଫ୍ରେସ୍ ମିଲ୍କ ଷ୍ଟୋରେଜ୍। ଏଠାରେ ୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ୬ ମାସ ଯାଏଁ ମା’ କ୍ଷୀରକୁ ସୁରକ୍ଷିତ ଭାବେ ସଂରକ୍ଷିତ କରାଯାଇପାରିବ। ମହିଳାମାନେ ଚାହିଁଲେ ସିଧାସଳଖ ଏହି ମିଲ୍କ୍ ବ୍ୟାଙ୍କକୁ ଆସି କ୍ଷୀର ଦାନ କରିପାରିବେ।

କେନ୍ଦୁଝର ଜିଲ୍ଲା ବକ୍ସିବାରିଗାଁରେ ଛାତ୍ରକୁ କଚାଡ଼ି ହାତ ଭାଙ୍ଗିଲେ ଗଣିତ ସାର୍

ସ୍କୁଲକୁ ଦଣ୍ଡ ମୁକ୍ତ ଅଞ୍ଚଳକୁ କରିବାକୁ ସରକାରଙ୍କ କଡ଼ା ଆଇନ ରହିଛି। ହେଲେ ଏହାକୁ ଖାତିର କରୁନାହାନ୍ତି ଶିକ୍ଷକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବକ୍ସିବାରୀ ଗାଁ ପ୍ରାଥମିକ ବିଦ୍ୟାଳୟରେ। ଏକ ଚତୁର୍ଥ ଶ୍ରେଣୀ ଛାତ୍ରକୁ କଚାଡ଼ି ହାତ ଭାଙ୍ଗି ଦେଇଛନ୍ତି ଗଣିତ ସାର।

Comment