ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇମ୍ରାନଙ୍କୁ ଘାରିଲାଣି ହାରିବାର ଭୟ। ମୁହଁ ଟାଣ କରି ଦେଲେ ପରମାଣୁ ଯୁଦ୍ଧର ଧମକ।

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତ ସମ୍ପର୍କକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ବଡ଼ ବୟାନ ଦେଇଛନ୍ତି। ଇମ୍ରାନ ଖାନ୍‌ ମାନିଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ ତେବେ ପାକିସ୍ତାନ ହାରିଯିବ। ହେଲେ ତଥାପି ମୁହଁ ଟାଣ କରି ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି ଇମ୍ରାନ ଖାନ୍‌। ବିଦେଶୀ ଗଣମାଧ୍ୟମକୁ ସାକ୍ଷତକାର ଦେଇ ଇମ୍ରାନ ଏହା କହିଛନ୍ତି।

ଇମ୍ରାନ କହିଛନ୍ତି, “ଭାରତ-ପାକିସ୍ତାନ ମଧ୍ୟରେ ଯଦି ପାରମ୍ପରିକ ଭାବେ ଯୁଦ୍ଧ ହୁଏ, ତେବେ ଆମେ ହାରିଯିବୁ। ହେଲେ ଯୁଦ୍ଧ ଆରମ୍ଭ ହେଲେ ଏହାର ପରିଣାମ ପରମାଣୁ ବୋମାରେ ଶେଷ ହେବ। ଏବେ ଭାରତ ସହ କୌଣସି କଥାବାର୍ତ୍ତା କରିବାର ନାହିଁ। ଶେଷ ନିଶ୍ୱାସ ଥିବା ଯାଏଁ ଆମେ ଲଢ଼ିବୁ।”

କଶ୍ମୀର ମାମଲାରେ ଚାରିଆଡୁ ନିରାଶ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ରାଗ ପଞ୍ଚମକୁ ଉଠି ଆସିଛି। ଶୁକ୍ରବାର ଇମ୍ରାନ ଖାନ୍‌ ପାକ୍‌ ଅଧିକୃତ କଶ୍ମୀରରେ ଏକ ରାଲି କରି ଭାରତକୁ ଭର୍ସନା କରିଥିଲେ।

କଶ୍ମୀର ମାମଲାକୁ ଜାତିସଂଘ ସୁରକ୍ଷା ପରିଷଦ ଏବଂ ମନାଧିକାର ପରିଷଦରେ ଉଠାଇଥିଲେ ନିରାଶ ହୋଇଥିଲା ପାକ୍‌। ତେବେ ବର୍ତ୍ତମାନ ବିଳିବିଳେଇ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌।

Comment