ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଦେଶରେ ଚାଳକଙ୍କ ନିଦ ହଜାଇ ଦେଇଛି ପୋଲିସ। ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବେଜନୋରରେ। ଏଠାରେ ଏକ ଶଗଡ଼ ଚାଳକଙ୍କୁ ୧୦୦୦ ଟଙ୍କାର ଫାଇନ କାଟିଛି ପୋଲିସ। ଶଗଡ଼ର ଇନ୍ସୁରାନ୍ସ ନଥିବା ଯୋଗୁଁ ପୋଲିସ ଏହି ଚାଲାଣ କାଟିଥିବା ଜଣାପଡ଼ିଛି।

ଶନିବାର ରିୟାଜ ହାସନ ନାମକ ଜଣେ ଚାଷୀ ତାଙ୍କ ଶଗଡ଼କୁ କ୍ଷେତ ପାଖରେ ରଖିଥିଲେ। ତେବେ ସେହି ରାସ୍ତା ଦେଇ ସହସପୁର ପୋଲିସର ଏକ ଟିମ୍ ଯାଉଥିବା ବେଳ ଶଗଡ଼କୁ ଛିଡ଼ା ହେବାର ଦେଖି ସ୍ଥାନୀୟ ଲୋକଙ୍କୁ ଶଗଡ଼ ବିଷୟରେ ପଚାରିଥିଲେ। ଶଗଡ଼ଟି ରିୟାଜ ହାସନର ଜାଣିବା ପରେ ପୋଲିସ ରିୟାଜ ଘରକୁ ଯାଇ ୧ହଜାର ଟଙ୍କାର ଚାଲାଣ ଧରାଇ ଦେଇଥିଲେ।

ତେବେ ମୋଟର ଯାନ ନିୟମରେ ଶଗଡ଼ର କୌଣସି ଜରିମାନର ପ୍ରବନ୍ଧନ ନଥିବାରୁ ରବିବାର ପୋଲିସ ଏହି ଚାଲାଣକୁ ରଦ୍ଧ କରିଦେଇଥିଲା।

Comment