ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ବାଣୀବିହାରରେ ମାତିଲେ ଛାତ୍ରଛାତ୍ରୀ, ସମାଧାନ ଲାଗି କୁଳପତି ଦେଲେ ପ୍ରତିଶ୍ରୁତି

ଦୀର୍ଘଦିନ ପରେ ବାଣୀବିହାର କ୍ୟାମ୍ପସରେ ଦେଖିବାକୁ ମିଳିଛି ଛାତ୍ର ଉତ୍ତେଜନା। ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାକୁ ନେଇ ସୋମବାର କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପ୍ରାୟ ୪ଘଣ୍ଟାର ଧାରଣା ପରେ ନିଜେ କୁଳପତି ସମସ୍ୟାର ସମଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କୁଳିପତିଙ୍କ ପ୍ରତିଶ୍ରୁତି ପାଇବା ପରେ ଧାରଣାରୁ ଉଠିଛନ୍ତି ଛାତ୍ରଛାତ୍ରୀ।

ବାଉଳା ହେଲା ପୋଲିସ – ଶଗଡ଼ରୁ କାଟିଲା ୧ ହଜାର ଟଙ୍କା ଫାଇନ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଦେଶରେ ଚାଳକଙ୍କ ନିଦ ହଜାଇ ଦେଇଛି ପୋଲିସ। ଏହା ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବେଜନୋରରେ। ଏଠାରେ ଏକ ଶଗଡ଼ ଚାଳକଙ୍କୁ ୧୦୦୦ ଟଙ୍କାର ଫାଇନ କାଟିଛି ପୋଲିସ। ଶଗଡ଼ର ଇନ୍ସୁରାନ୍ସ ନଥିବା ଯୋଗୁଁ ପୋଲିସ ଏହି ଚାଲାଣ କାଟିଥିବା ଜଣାପଡ଼ିଛି।

ରାସ୍ତା ଉପରେ ଯୁବତୀଙ୍କ ଇମୋସନାଲ ଡ୍ରାମା,  ଜରିମାନା ଭୟରେ ଦେଲେ ଆତ୍ମହତ୍ୟା ଧମକ

ରାସ୍ତା ମଝିରେ ଯୁବତୀଙ୍କ ଇମୋସନାଲ ଡ୍ରାମା। ଜରିମାନା ଭୟରେ ଟ୍ରାଫିକ ପୋଲିସକୁ ଦେଲେ ଆତ୍ମହତ୍ୟାର ଧମକ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ।

ଆସୁଛି ଦଶହରା: ନବମୀରେ ଅଲିଶାବଜାର ପୂଜାମଣ୍ଡପର ମାଛ ଭୋଗ

କଟକ ଦୁର୍ଗା ପୂଜାର ରହିଛି ନିଆରା ପରମ୍ପରା। ବିଶେଷକରି ସ୍ୱତନ୍ତ୍ର ପୂଜା ବିଧି ଦଶହରାର ଆକର୍ଷଣ ବୃଦ୍ଧି କରିଥାଏ। କଟକ ଦୁର୍ଗାପୂଜାରେ ଭୋଗକୁ ନେଇ ଦୀର୍ଘ ବର୍ଷର ରୀତିନୀତିକୁ ଏବେ ବି ପାଳନ କରାଯାଏ। ଯେମିତିକି ମାଛ ଭୋଗ। କଟକର ଏମିତି ଅନେକ ପୂଜା କମିଟି ରହିଛି ଯେଉଁଠାରେ ନବମୀରେ ମାଛଭୋଗ କରିଥା’ନ୍ତି। ସେଥିମଧ୍ୟରୁ ଅଲିଶା ବଜାର ପୂଜା କମିଟି ବହୁତ ଆଗରେ।

ଏଣିକି ଫ୍ଲାଏଓଭରରେ ଯିବ ବରମୁଣ୍ଡାରୁ କଟକ ଯାଉଥିବା ବସ୍

ବରମୁଣ୍ଡାରୁ କଟକ ଯାଉଥିବା ବସ୍‌ ଏଣିକି ସବୁ ଛକରେ କରିପାରିବେନି ଷ୍ଟପେଜ୍। ବରମୁଣ୍ଡାରୁ ବସ୍‌ ବାହାରି ସିଧା ଫ୍ଲାଏଓଭରବ୍ରିଜରେ କଟକ ଯିବ। କେବଳ କ୍ରାଉନ ହୋଟେଲ ଛକ ଏବଂ ସତ୍‌ସଙ୍ଗ ବିହାର ଛକରେ ବସ୍‌ ଷ୍ଟପେଜ କରିବ।

ଟୋଲ ଗେଟରେ ଜୋରଦାର ଚେକିଂ – ଗିରଫ ହେଲେ ୪୨୬ ମଦୁଆ ଡ୍ରାଇଭର

ରାଜ୍ୟରେ ମଦୁଆ ଡ୍ରାଇଭରଙ୍କୁ ସାବାଡ଼ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ। ସବୁ ଟୋଲ ଗେଟରେ ଚାଲିଛି ଜୋରଦାର ଚେକିଂ। ଏପର୍ଯ୍ୟନ୍ତ ୪୨୬ ମଦୁଆ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ବୋଲି ଡିଜି ବିଜିୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ଏଥର ପୋତାପୋଖରୀ ଦୁର୍ଗା ପୀଠରେ ମା’ଙ୍କର ହେବ ଷୋଡ଼ଶ ବେଶ

ଦୁର୍ଗା ପୂଜା ଯେତେ ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି କଟକ ସହର। ଚଳିତ ବର୍ଷ ଦୁର୍ଗା ପୂଜାରେ କଟକ ପୋତାପୋଖରୀରେ ଦୁର୍ଗା ପୀଠରେ ପ୍ରଥମ ଥର ପାଇଁ ମା’ଙ୍କ ଷୋଡ଼ଶ ବେଶ ଉପଚାର କରାଯିବ। ବିଭିନ୍ନ ବେଶରେ ପୀଠରେ ମା’ ପୂଜା ପାଇବେ।

୭୪ ବର୍ଷରେ ଯାଆଁଳା ଶିଶୁ ଜନ୍ମ ଦେଲେ ମହିଳା

୬୬ ବର୍ଷୀୟ ସ୍ପେନ୍‌ ମହିଳାଙ୍କ ବିଶ୍ୱ ରେକର୍ଡ ଭାଙ୍ଗି ଯାଆଁଳା ଶିଶୁକୁ ଜନ୍ମ ଦେଲେ ୭୪ ବର୍ଷୀୟ ମହିଳା। ଦୀର୍ଘ ୫୦ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଛନ୍ତି ଏହି ମହିଳା। ସେ ସେପ୍ଟେମ୍ବର ୫ରେ ଯାଆଁଳା ଶିଶୁ କନ୍ୟା ଜନ୍ମ ଦେଇଥିଲେ। ଜନ୍ମ ଦେଇଥିବା ଦମ୍ପତିଙ୍କ ମଧ୍ୟରୁ ମା’ ମଙ୍ଗାୟାମାଙ୍କ ବୟସ ୭୪ ହୋଇଥିବା ବେଳେ ପିତା ରାଜା ରାଓଙ୍କ ବୟସ ୮୦ ବର୍ଷ।

ଜିଷ୍ଟ କଲେଜରେ ଇଞ୍ଜିନିୟର ଦିବସ ପାଳିତ

ରାୟଗଡା:  ଜିଷ୍ଟ ଇଞ୍ଜିନିୟରିଂ କଲେଜରେ ୫୨ତମ ଇଂଜିନିୟର ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ କୋଠାବାଡ଼ି ଯନ୍ତ୍ରୀ ଜେ ଏସ୍ ଏନ୍ ମୂର୍ତ୍ତୃ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଇଞ୍ଜିନିଅର ଦିବସର ଶୁଭେଚ୍ଛା ଜଣାଇଥିଲେ।

କେବିସି-୧୧ର ଦ୍ୱିତୀୟ କୋଟିପତି ହେଲେ ଅମରାବତୀର ବବିତା ତାଡେ

ବିଗ୍‌ ବି’ ଅମିତାଭ ବଚ୍ଚନ ହୋଷ୍ଟ କରୁଥିବା ‘କୌନ ବନେଗା କରୋଡପତି’(କେବିସି)ର ଦ୍ଵିତୀୟ କୋଟିପତି ଅମରାବତୀର ବବିତା ତାଡେ। ବବିତା ହେଉଛନ୍ତି କେବିସି ସିଜନ୍‌ ୧୧ର ଦ୍ୱିତୀୟ କୋଟିପତି।

କ୍ୱାର୍ଟର ଛାଡ଼ିବାକୁ ୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ କଲେ ବାଚସ୍ପତି

ପୂର୍ବତନ ବିଧାୟକମାନଙ୍କୁ ତୁରନ୍ତ କ୍ୱାର୍ଟର ଛାଡ଼ିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନୋଟିସ୍‌ ପଠାଇଛନ୍ତି। ୨୬ ଜଣ ବିଧାୟକଙ୍କ ନାଁରେ ନୋଟିସ ପଠାଇଛନ୍ତି ବାଚସ୍ପତି। କ୍ୱାର୍ଟର ନଛାଡ଼ିଲେ ପାଣି, ବିଜୁଳି ବନ୍ଦ ହେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ ପାଳିଲେ ମିସ୍‌ ବାଲେଶ୍ଵର ଅଙ୍କିତା

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତବର୍ଷ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ଅଙ୍କିତା ସ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ମିସ ବାଲେଶ୍ଵର ଅଙ୍କିତା। ସବୁ ବର୍ଷ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଥା’ନ୍ତି ସମାଜସେବୀ ଅଙ୍କିତା ସ। ଏଥର ମଧ୍ୟ ସେପ୍ଟେମ୍ବର ୧୨ରେ ଏକ ହୋଟେଲରେ ବାଲେଶ୍ୱର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଦୃଷ୍ଟିହୀନ ପିଲାମାନଙ୍କ ସହ ନିଜ ଜନ୍ମଦିନ ପାଳିଛନ୍ତି।

Comment