ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମିଶନ ମଙ୍ଗଳ’ରେ ବୈଜ୍ଞାନିକ ଭୂମିକାରେ ଦମଦାର୍ ଆକ୍ଟିଂ କରି ଅନେକ ପ୍ରଶଂସା ସାଉଁଟିବା ପରେ ବର୍ତ୍ତମାନ ବିଦ୍ୟା ବାଲାନ୍ ଆଉ ଦୁଇଟି ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି। ଖୁବଶୀଘ୍ର ବିଶିଷ୍ଟ ଗଣିତଜ୍ଞ ସକୁନ୍ତଳା ଦେବୀଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବିଦ୍ୟାଙ୍କୁ। ଏଥିରେ ସେ ହିଁ ସକୁନ୍ତଳା ଦେବୀଙ୍କ ଅସଲ ଜୀବନକୁ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ସାମନାକୁ ଆଣିବେ।

ରବିବାର ଦିନ ସକୁନ୍ତଳା ଦେବୀ ଫିଲ୍ମରେ ବିଦ୍ୟାଙ୍କର ଫାଷ୍ଟ୍ ଲୁକ୍ ରିଲିଜ୍ କରିଛନ୍ତି ଫିଲ୍ମ ମେକର୍ସ। ଏଥିରେ ଗୋଟିଏ ନାଲି ରଙ୍ଗର ଶାଢ଼ି ପିନ୍ଧି ବବ୍ ହେୟାର୍ କଟ୍ ରେ ନଜର ଆସିଛନ୍ତି ବିଦ୍ୟା। ଦର୍ଶକ ବି ଖୁବ୍ ପସନ୍ଦ କରିଛନ୍ତି ବିଦ୍ୟାଙ୍କ ଏହି ଲୁକକୁ।

ଲଣ୍ଡନ୍ ରେ ସକୁନ୍ତଳା ଦେବୀ ସିନେମାର ସୁଟିଂ ଆରମ୍ଭ ହୋଇସାରିଛି। ବର୍ତ୍ତମାନ ସୁଦ୍ଧା ଏହାର ରିଲିଜ୍ ଡେଟ୍ ଜଣାପଡ଼ିନାହିଁ।

ଭାରତର ବିଶିଷ୍ଟ ଲେଖିକା ଓ ଗଣିତରେ ଖୁବ୍ ପାରଙ୍ଗମ ଥିଲେ ସକୁନ୍ତଳା ଦେବୀ । ତାଙ୍କୁ “ହ୍ୟୁମାନ୍ କମ୍ପ୍ୟୁଟର୍” ଆଖ୍ୟା ଦିଆଯାଇଥିଲା। ୧୯୮୨ରେ ଗିନିଜ୍ ବୁକ୍ ଅଫ୍ ଓ୍ବାର୍ଲଡ୍ ରେକର୍ଡ ସ୍ ରେ ତାଙ୍କ ନାମ ଦାଖଲ ହୋଇଥିଲା। ୨୧ ଏପ୍ରିଲ୍ ୨୦୧୩ ମସିହାରେ ୮୩ ବର୍ଷ ବୟସରେ ବାଙ୍ଗାଲୋରରେ ତାଙ୍କର ମୃତ୍ୟ ହୋଇଥିଲା।

Comment