ଓଡ଼ିଶାଲାଇଭ ବ୍ୟୁରୋ

“ଧାରା ୩୭୦ ଉଚ୍ଛେଦ ଦ୍ଵିପାକ୍ଷିକ ସମସ୍ୟା ନୁହେଁ ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ସମସ୍ୟା। ଏହାସହ ପିଓକେ ବହୁତ ଜଲଦି ଭାରତର ଭୌଗୋଳିକ ସୀମାରେଖାରେ ମିଶିବାକୁ ଯାଉଛି” କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟ ଶଙ୍କର।

ମୋଦୀଙ୍କ ଦ୍ଵିତୀୟ ପାଳି ସରକାରରେ ୧୦୦ ଦିନ ପୁରା ହୋଇଛି। ତେବେ ଏହି ୧୦୦ଦିନ ପୂର୍ତ୍ତି ଅବସରରେ ବିଦେଶ ମନ୍ତ୍ରୀ ଏସ୍‌ ଜୟ ଶଙ୍କର ପିଓକେ କଥା ଉଠାଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି,”ପାକିସ୍ତାନ ସହ କଶ୍ମୀର ସମସ୍ୟା ଆଲୋଚନା ହେବ ନାହିଁ। ଯଦି ହେବ ଆତଙ୍କବାଦ ସମସ୍ୟା ଉପରେ ହେବ। ଆଉ ଖୁବ ଶିଘ୍ର କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରାଯିବ।”

ପୂର୍ବରୁ ମଧ୍ୟ ମୋଦୀ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଅନେକ ନେତା ପିଓକେକୁ ନେଇ ଅନେକ ବୟାନ ଦେଇ ସାରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ, “ଏଥର ଆଲୋଚନା କେବଳ ପିଓକେ ଉପରେ ହେବ।”

Comment