ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟରେ ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଖୁବଶୀଘ୍ର ଆସିବ ବୋଲି ଆଶା କରାଯାଉଛି। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବୁଧବାର ଏହି ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି ଅକ୍ଟୋବର ୧୮ ସୁଦ୍ଧା ଏହି ମାମଲାର ଶୁଣାଣି ଶେଷ ହେବ। ଏଥିପାଇଁ ସବୁ ପକ୍ଷ ଚେଷ୍ଟା କରନ୍ତୁ। ଏହି ସମୟ ମଧ୍ୟରେ ସବୁ ପକ୍ଷ ନିଜର ମତ ରଖନ୍ତୁ ବୋଲି ସେ କହିଛନ୍ତି।

ଆବଶ୍ୟକ ପଡ଼ିଲେ ଶନିବାର ମଧ୍ୟ ଶୁଣାଣି ହୋଇପାରେ ଏବଂ ଦୈନିକ ଆଉ ଏକ ଘଣ୍ଟା ସମୟ ବୃଦ୍ଧି ପାଇଁ ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି।

ଜଷ୍ଟିସ୍ ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି। ତେଣୁ ତାଙ୍କ ଅବସର ପ୍ରାପ୍ତି ପୂର୍ବରୁ ଏହି ମାମଲାର ସମାଧାନ ହେବ ବୋଲି ଆଶା କରାଯାଉଛି।

ଅଗଷ୍ଟ ୬ରୁ ଏହି ମାମଲାରେ ପ୍ରତିଦିନ ଶୁଣାଣି ହେଉଛି। ଏହା ପୂର୍ବରୁ ଏହି ମାମଲାରେ ମଧ୍ୟସ୍ତତା କରିବା ପାଇଁ ଏକ ପ୍ୟାନେଲ ଗଠନ କରାଯାଇଥିଲା।

Comment