ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗ୍‌ବସ୍ ସିଜନ୍-୭ର ଫେମ୍ ଏବଂ ଅଭିନେତ୍ରୀ ଗୌହର୍ ଖାନଙ୍କ ଏକ ଡାନ୍ସ ଭିଡିଓକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି।

ଭିଡିଓଟିରେ ଗୌହର ଖାନ୍‌ ଏୟାରପୋର୍ଟରେ ସେନୋରିଟା ଗୀତ ଗାଇ ଅଣ୍ଟା ହଲାଇ ନାଚୁଛନ୍ତି।  ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ୍ କରିଛନ୍ତି। ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଭିଡିଓଟିରେ ବହୁତ ଲାଇକ୍ ଓ କମେଣ୍ଟ ମଧ୍ୟ ଆସୁଛି।

 ଅଭିନେତ୍ରୀ ଗୌହର୍ ଖାନ୍ ଏୟାରପୋର୍ଟରେ ଫ୍ଲାଇଟ୍ ଧରିବା ପାଇଁ ପହଞ୍ଚିବା ବେଳକୁ ଫ୍ଲାଇଟ୍ ୩ ଘଣ୍ଟା ଲେଟ୍‌ ଥିଲା।  ଏହି ସମୟରେ ନିଜ ଫ୍ରି ଟାଇମକୁ ଉପଭୋଗ କରିବା ପାଇଁ ସେନୋରିଟା ଗୀତରେ ସେ ନାଚିବାକୁ ଲାଗିଲେ।

ଭିଡିଓଟି ପୋଷ୍ଟ କରି ଏହାର ତଳେ ‘ସେନୋରିଟା ସ୍ଲିପି ହେଁ ତୋ କ୍ୟା ହୁଆ ମୁଭ୍ସଓ୍ୱାଲେ ହେଁ’ ବୋଲି ଏକ ମଜାଳିଆ ଡାଇଲଗ୍ ବି ଲେଖିଛନ୍ତି ଗୌହର୍।

Comment