ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୬ ଆଜିର ଦିନରେ ଉରୀ ଆକ୍ରମଣ ହୋଇଥିଲା। ଜମ୍ମୁ କଶ୍ମୀର ଉରୀସ୍ଥିତ ଭାରତୀୟ ସେନାର ବ୍ରିଗେଡ ହେଡକ୍ୱାର୍ଟରରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରାୟ ଭୋର ୫ଟାରେ ଏହି ଘଟଣା ଘଟିଥିଲା। ଏହି ଘଟଣାର ଠିକ ୧୦ ଦିନ ପରେ ଭାରତୀୟ ଯବାନ ଏହାର ପ୍ରତିଶୋଧ ନେଇଥିଲେ।

ଜାଣନ୍ତୁ କ’ଣ ଥିଲା ସେହି ଘଟଣା..

୨୦୧୬, ସେପ୍ଟେମ୍ବର ୧୮ର ଘଟଣା। ଉରୀ କ୍ୟାମ୍ପରେ ସକାଳ ୫ଟାରେ ଜୈଶ ଏ ମହମ୍ମଦର ୪ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୯ ଜଣ ଯବାନ ସହିଦ ହୋଇଥିଲେ। ଅନେକ ଯବାନ ଆହତ ହୋଇଥିଲେ।

ଆତଙ୍କବାଦୀମାନେ ୩ ମିନିଟରେ ୧୭ଟି ଗ୍ରେନେଡ ପକାଇଥିଲେ। ଏହାପରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ୬ ଘଣ୍ଟା ଗୁଳି ବିନିମୟ ଚାଲିଥିଲା। ୪ ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ ଯବାନ।

୧୦ ଦିନ ପରେ ଯବାନ ନେଲେ ପ୍ରତିଶୋଧ

ଉରୀ ଆକ୍ରମଣ ଠିକ୍‌ ୧୦ ଦିନ ପରେ ଭାରତ ପାକିସ୍ତାନକୁ ପାନେ ଦେବା ପାଇଁ ଯୋଜନା କରିଥିଲା। ୧୫୦ କମାଣ୍ଡରଙ୍କ ସହାଯ୍ୟରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ। ଏହା ପ୍ରଥମ ଥର ପାଇଁ ହୋଇଥିଲା,ଯେଉଁଥିରେ ଶତ୍ରୁ ସୀମାରେ ପଶି ସେନା ଅପରେସନକୁ ସଫଳ କରିଥିଲେ। ସେପ୍ଟେମ୍ବର ୨୮-୨୯ରେ ମଧ୍ୟ ରାତ୍ରିରେ ପିଓକେ ସୀମାରେ ୩ କିଲୋମିଟର ପଶି ଆତଙ୍କୀ ଆଡ୍ଡାରେ ଆକ୍ରମଣ କରିଥିଲେ ଯବାନ। ସଫଳତାର ସହ ପୁଣି ନିଜ ସୀମାକୁ ଫେରିଥିଲେ ଯବାନ। ଏହି ଘଟଣାରେ ଜଣେ ଯବାନ ବି ସହିଦ ହୋଇନଥିଲେ। ଏଥିରେ ୩୮ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ।

Comment